ୟୁକ୍ରେନ୍‌ର ରେଳ ଭିତ୍ତିଭୂମିକୁ ଟାର୍ଗେଟ୍‌ କରିଛି ଋଷ୍ : ଅନେକ ଷ୍ଟେସନ ଧ୍ୱଂସ

ଓଡ଼ିଆ ବାର୍ତ୍ତା/ ମସ୍କୋ: ୟୁକ୍ରେନର ରେଳ ଭିତ୍ତିଭୂମିକୁ ଲଗାତାର ଭାବେ ଟାର୍ଗେଟ କରୁଛି ଋଷ୍‌ । ଋଷ୍‌ ସେନା ବିଶେଷ କରି କେନ୍ଦ୍ରୀୟ ଏବଂ ପଶ୍ଚିମ ୟୁକ୍ରେନ୍‌ ଷ୍ଟେସନକୁ ଧ୍ୱଂସ କରିଚାଲିଛନ୍ତି ବୋଲି ୟୁକ୍ରେନ୍‌ ସରକାର ସୂଚନା ଦେଇଛି । ପ୍ରାୟ ଏକ ଘଣ୍ଟା ମଧ୍ୟରେ ୫ଟି ବଡ଼ ରେଳ ଷ୍ଟେସନ୍‌କୁ ଋଷ୍‌ କ୍ଷେପଣାସ୍ତ୍ର ମାଡ଼ କରି ଛାରଖାର କରିଦେଇଛି । ଲଭିଭ୍‌ ନିକଟସ୍ଥ କ୍ରାସ୍ନେ ସହରର ଏକ ବଡ଼ ରେଳ ଷ୍ଟେସନ ଏବଂ ରିଭ୍‌ନେ ଅଞ୍ଚଳର ୨ଟି ରେଳ ଷ୍ଟେସନକୁ ରୁଷ୍‌ ଧ୍ୱଂସ କରିଛି । ଫଳରେ ନିକଟସ୍ଥ ବହୁ ଅଞ୍ଚଳରେ ଜଳ ଓ ବିଦୁ୍ୟତ ଯୋଗାଣରେ ବାଧା ଉପୁଜିଛି । ଏହା ବ୍ୟତିତ ଅନ୍ୟ ୨ଟି ରେଳ ଷ୍ଟେସନ୍‌ ଉପରେ ମଧ୍ୟ ରୁଷ୍‌ କ୍ଷେପଣାସ୍ତ୍ର ମାଡ଼ କରି ଧ୍ୱଂସ କରିଥିବା ଖବର ମିଳିଛି । ଏହି ରେଳ ଷ୍ଟେସନ୍‌ ଆକ୍ରମରେ ଅନେକ ମୃତାହତ ହୋଇଛନ୍ତି, କିନ୍ତୁ ମୃତ୍ୟୁ ସଂଖ୍ୟାର ସଠିକ୍‌ ଆକଳନ କରାଯାଇ ପାରିନାହିଁ । ଅନ୍ୟପକ୍ଷରେ, ପୂର୍ବ ୟୁକ୍ରେନର କ୍ରାମାଟର୍ସ୍କ ରେଳ ଷ୍ଟେସନରେ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ପ୍ରାୟ ୫୦ ଲୋକଙ୍କ ମୃତ୍ୟୁ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.