ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ୧୦୨ତମ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା / କଟକ ସଦର (ଶ୍ରୀକାନ୍ତ ବେଉରା): ଆଜି ମନେ ପଡ଼ନ୍ତି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ବୀର ପୁରୁଷ ସ୍ବର୍ଗତ ନୀଳମଣି ରାଉତରାୟ ଯେ କି ୧୯୪୮ ମସିହାରେ ସୋର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ତରଫରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏତତ ବ୍ୟତୀତ ୧୯୫୨ରେ ମନ୍ତ୍ରୀ ମଣ୍ଡଳର ଘରୋଇ ବିଭାଗର ଉପମନ୍ତ୍ରୀ, ୧୯୫୭ରେ ଯୋଗାଣ ପରିବହନ ଓ ଶ୍ରମ ବିଭାଗର ମନ୍ତ୍ରୀ, ୧୯୬୨ରେ ଘରୋଇ ଶ୍ରମ ଓ ଯୋଗାଣ ବିଭାଗ ମନ୍ତ୍ରୀ, ୧୯୭୧ରେ ଖଣି ଭୂତତ୍ଵ ଓ ଯୋଗାଣ ବିଭାଗର ମନ୍ତ୍ରୀ, ୧୯୭୨ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଶେଷରେ ୧୯୮୯ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଏବଂ ପରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ହୋଇଥିଲେ। ଏହି ମହାନ୍ ବ୍ୟକ୍ତିଙ୍କର ଆଜିର ୧୦୨ ତମ ଜୟନ୍ତୀ ଅବସରରେ ୪୨ମୌଜାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ” ତରଫରୁ ପଟଣା ସ୍ଥିତ “ନୃସିଂହ ଆନନ୍ଦ ସ୍ମୃତି ପୂଜ୍ୟ ପୂଜା ଭବନ” ଠାରେ ପ୍ରତିଷ୍ଠାନର ସଭାପତି ଇ°. ଅଶୋକ କୁମାର ବିଶ୍ଵାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ସ୍ବର୍ଗତ ଅମର ଆତ୍ମାର ସମ୍ମାନାର୍ଥେ ଶୃତି ଚାରଣ କରାଯାଇ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ମୁଖ୍ୟ ଉପଦେଷ୍ଠା ସରୋଜ ନଳିନୀ ପରିଜା, ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ସାଂସ୍କୃତିକ ସମ୍ପାଦକ ରୁଦ୍ର ନାରାୟଣ ଦାସ, ବେଣ୍ଟକାର ପଞ୍ଚାୟତ ସମିତି ସଭ୍ୟ ବିନୋଦ ବେହେରା, ଭାସ୍କର ଦାସ, ଶୁଭେନ୍ଦୁ ଦାସ ମହାପାତ୍ର, ଶ୍ରାବନ୍ତିକା ମହାନ୍ତି, ଅନନ୍ତ ଦାସ ଓ ହୃଦାନନ୍ଦ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଶେଷରେ ୪୨ ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.