ଆଙ୍ଗୁଠି ଛାପ ଗ୍ରହଣ କରୁନି କମ୍ପ୍ୟୁଟର : ଭତ୍ତା ନପାଇ ଫେରିଗଲେ ଶତାଧିକ ବୃଦ୍ଧ ବୃଦ୍ଧା

ଆକାଉଣ୍ଟ ମାଧ୍ୟମରେ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପ୍ରସଙ୍ଗ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବ୍ୟାଙ୍କ ଜରିଆରେ ଅନେକ ସରକାରୀ ଟଙ୍କା ଲେଣ ଦେଣ କାର୍ଯ୍ୟ ଚାଲୁଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତାକୁ ମଧ୍ୟ ସରକାର ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରୁଛନ୍ତି । ଗତ ୬ ମାସ ତଳୁ ଏହି ପ୍ରକ୍ରୀୟା ଆରମ୍ଭ ହୋଇସାରିଥିବା ବେଳେ ଅନେକ ହିତାଧିକାରୀଙ୍କ ଆକଉଣ୍ଟରେ ଏବେ ସରକାର ଭତ୍ତା ଟଙ୍କା ଜମା କରୁଛନ୍ତି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତରେ ଶୁକ୍ରବାର ମଇ ମାସର ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧ ବୃଦ୍ଧା ମାନଙ୍କୁ ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଥିଲା । ସର୍ଗିଗୁଡା ଗ୍ରାମ ପଞ୍ଚାୟତର ୧୦ ଖଣ୍ଡ ଗ୍ରାମର ୬୫୮ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା । ସେଥି ମଧ୍ୟରୁ ୩୬୪ ଜଣ ହିତାଧିକାରୀଙ୍କ ଡିବିଟି ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା ଟଙ୍କା ଜମା ହୋଇଥିବା ବେଳେ ୨୯୪ ଜଣ ହିତାଧିକାରୀ ଗ୍ରାମ ପଞ୍ଚାୟତରୁ ଟଙ୍କା ଗ୍ରହଣ କରିଥିଲେ । ଯେଉଁମାନେ ସିଧା ସଳଖ ଗ୍ରାମ ପଞ୍ଚାୟତରୁ ସବୁ ମାସ ଭଳି ଟଙ୍କା ପାଇଲେ ସେମାନଙ୍କ ପାଇଁ ତ କିଛି ସମସ୍ୟା ନଥିଲା । ହେଲେ ଯେଉଁ ହିତାଧିକାରୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା ଟଙ୍କା ଜମା ହୋଇଥିଲା । ସେମାନଙ୍କୁ ଗ୍ରାମ ପଞ୍ଚାୟତ ଅଫିସ ସାମନାରେ ସହଜ ଗ୍ରାହକ ସେବା କେନ୍ଦ୍ର ତରଫରୁ ସେମାନଙ୍କୁ ଭତ୍ତା ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଥିଲା । ପ୍ରାୟତଃ ଶତ ପ୍ରତିଶତ ହିତାଧିକାରୀ ଷ୍ଟେଟ ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ରରେ ଆକାଉଣ୍ଟ ଖୋଲିଥିବା ଜଣାପଡିଛି । ଭତ୍ତା ପ୍ରଦାନ ନିମନ୍ତେ ବୃଦ୍ଧ, ବୃଦ୍ଧା ମାନଙ୍କ ଆଧାରକାର୍ଡ ଲିଙ୍କ ମାଧ୍ୟମରେ ମେସିନ ଯୋଗେ ସେମାନଙ୍କ ଟିପ ଚିହ୍ନ ନିଆ ଯାଉଥିବା ସମୟରେ ବୟସାଧିକ୍ୟ କାରଣରୁ ମେସିନ ସେମାନଙ୍କ ଟିପ ଗ୍ରହଣ କରୁନଥିବାରୁ ଭତ୍ତା ପାଇବାରୁ ଶତାଧିକ ବୃଦ୍ଧ, ବୃଦ୍ଧା ବଞ୍ଚିତ ହୋଇ ନିରାଶ ରେ ଫେରିଯାଇଥିବା ଦେଖିବାକୁ ମିଳିଥିଲା । ଭତ୍ତା ନେବାପାଇଁ ଗ୍ରାମ ପଞ୍ଚାୟତ ଅଫିସ୍ ଓ ସହଜ ଗ୍ରାହକ ସେବା ପର୍ଯ୍ୟନ୍ତ ୨ ରୁ ୪ କି.ମି. ଖରାରେ ବହୁତ କଷ୍ଟରେ ଆସିଥିବା ବୃଦ୍ଧ, ବୃଦ୍ଧା ମାନେ ଏନେଇ ଗ୍ରାମ ପଞ୍ଚାୟତ ଅଧିକାରୀଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ । ବିଶେଷ କରି ଭଟାଙ୍ଗର ବୟୋବୃଦ୍ଧ ଭତ୍ତା ହିତାଧିକାରୀ ତୀର୍ଥ ବାଗ ଏନେଇ ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ଜିଲ୍ଲା ପାଳଙ୍କ ଦୃଷ୍ଟି ଆକର୍ଷଣ କରି ଏହାର ନିରାକରଣ ପାଇଁ ନିବେଦନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.