ନୂତନ ବ୍ଲକ ସଂଘ ଗଠନ ନେଇ ଆଲୋଚନା
ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ନିକଟସ୍ଥ ଚିପୁଲ ନର୍ସରୀ ଠାରେ ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ରଣଜିତ ମାଝୀଙ୍କ ଅଧ୍ୟକ୍ଷତାରେ ନୂତନ ବ୍ଲକ କମିଟି ଗଠନ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା କମିଟି ଦାୟିତ୍ବ ଦେଇ ଥିବା ହରିଶଙ୍କର ମାଝୀ, କୁଳମଣି ମାଝୀ, ଶବର ସମାଜ ସଭାପତି ଚନ୍ଦ୍ର ଶେଖର ଶବର ଓ ମାୟାଧର ମାଝୀ ଯୋଗଦେଇ କିଭଳି ଭାବରେ କଲେ ଶାନ୍ତି ଶୃଙ୍ଖଳାରେ ଏହା ସମାପନ ହେବ ସେନେଇ ଆଲୋଚନା କରିଥିଲେ। ଜିଲ୍ଲା ଆଦିବାସୀ ସଂଘରୁ ପର୍ଯ୍ୟବେକ୍ଷକ ଭାବରେ କୋଷାଧକ୍ଷ ଉଦ୍ଧବ ପାତ୍ର ଯୋଗ ଦେଇଥିବା ବେଳେ ଯୁବ ସଂଗଠକ କ୍ଷିତୀଶ ଚନ୍ଦ୍ର ମାଝୀ, ବୀରକମଲ ମୈଦାନ ଅସୁରଗଡ଼ ସଭାପତି ଆମରସିଂ ମାଝୀ ଓ ବରୁଣ ମାଝୀ ଯୋଗ ଦେଇ ନିଜ ନିଜ ମତାମତ ଦେଇଥିଲେ । ପରେ ଆସନ୍ତା ଜୁନ ୫ତାରିଖ ଦିନ ସକାଳ ୮ଘଣ୍ଟା ରୁ ୧୦.୩୦ମି. ମଧ୍ୟରେ ଅସୁରଗଡ଼ ବୀରକମଲ ମୈଦାନ ପୀଠରେ ବ୍ଲକ କମିଟି ଗଠନ ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିରୀକୃତ ହୋଇଥିବା ଜଣାପଡିଛି ।