‘ମିଛର ଜଉଘର ଅପେକ୍ଷା ସତର ମହଲ ଗଢ଼ିବାକୁ ଓଡ଼ିଆ ବାର୍ତ୍ତା ବିଶ୍ବାସ କରେ’

‘ଓଡ଼ିଆ ବାର୍ତ୍ତା’ର ପଞ୍ଚମ ସ୍ଵନକ୍ଷତ୍ର ସମାରୋହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର/ ନିଲେଶ କୁମାର ନାଗ): ବିଗତ ପାଞ୍ଚ ବର୍ଷ ଧରି ନିଚ୍ଛକ ଖବର ପ୍ରସାରଣ କରି ‘ଓଡ଼ିଆ ବାର୍ତ୍ତା’ ସାରା ଓଡ଼ିଶାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଗ୍ରାମାଞ୍ଚଳର ଟିକିନିଖି ଖବର ପ୍ରକାଶ କରି ସବୁ ବର୍ଗର ପାଠକଙ୍କ ଦ୍ବାରା କମ ସମୟ ମଧ୍ୟରେ ବେଶ୍ ଆଦୃତ ହୋଇ ପାରିଛି ଓଡ଼ିଆ ବାର୍ତ୍ତା। ନିଆରା ଭାଷା ଶୈଳୀ ଓ ନିରପେକ୍ଷ ଖବର ପ୍ରଶାରଣ ଯୋଗୁଁ ପାଠକ ଓଡିଆ ବାର୍ତ୍ତାର ପ୍ରତିଟି ଖବର ଆଗ୍ରହର ସହ ପଠନ କରିଥାନ୍ତି। ଏହି ଗଣମାଧ୍ୟମ ମିଛର ଜଉଘର ଅପେକ୍ଷା ସତର ମହଲ ଗଢ଼ିବାକୁ ବିଶ୍ବାସ କରେ ବୋଲି ‘ଓଡିଆ ବାର୍ତ୍ତା’ର ପଞ୍ଚମ ସ୍ଵନକ୍ଷତ୍ର ସମାରୋହ ଅବସରରେ ମତ ପ୍ରକାଶ ପାଇଛି।

ଭବାନୀପାଟଣା ସ୍ବାଗତ ଆଇଟିସି କନଫରେନ୍ସ ହଲ୍ ଠାରେ ‘ଓଡ଼ିଆ ବାର୍ତ୍ତା’ର ପଞ୍ଚମ ସ୍ଵନକ୍ଷତ୍ର ଉତ୍ସବ ପାଳନ ସହ ରାଜ୍ୟ ସ୍ତରୀୟ ସାମ୍ବାଦିକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ବାର୍ତ୍ତା ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର୍ ଡ. ନୃପରାଜ ସାହୁ, ସମ୍ମାନିତ ବକ୍ତା ଭାବେ ବିଶିଷ୍ଟ ଭାଷାବିତ୍ ତଥା ସଂସ୍କୃତି ଗବେଷକ ପରମେଶ୍ବର ମୁଣ୍ଡ ଓ ବିଶିଷ୍ଟ ବାଗ୍ମୀ ତଥା ଶିକ୍ଷାବିତ୍ ସତ୍ୟନାରାୟଣ ମୁଣ୍ଡଛିନା, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର୍ ପୀତାମ୍ବର ଭୋଇ, କଳାହାଣ୍ଡି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା, ବିଶିଷ୍ଟ କବି ଡ. ଭବାନୀଶଙ୍କର ନିଆଲ, ଓଡ଼ିଆ ବାର୍ତ୍ତାର ପରିଚାଳନା ନିର୍ଦ୍ଦେଶକ ଗୋବିନ୍ଦ ବନଛୋର ପ୍ରମୁଖ ମଞ୍ଚାସୀନ ଥିଲେ।

ଏହି ଅବସରରେ ବିଶିଷ୍ଟ ଉଦ୍ୟୋଗୀ ସୁନୀଲ କୁମାର ଅଗ୍ରୱାଲଙ୍କୁ ଉଦ୍ୟୋଗ ସମ୍ମାନ, ବିଶିଷ୍ଟ ସମାଜସେବୀ ମନୋଜ ପଟ୍ଟନାୟକ, ସୁଚିତ୍ରା ଗୋପାଳ, କମଳା ପାତ୍ର, ଓମପ୍ରକାଶ ଛତ୍ରିଆଙ୍କୁ ସମାଜସେବା ସମ୍ମାନ, ଅଜିତ କୁମାର ପଧାନଙ୍କୁ ଶିକ୍ଷା ସମ୍ମାନ ଓ ଖଇରପଦରର ବିଶିଷ୍ଟ କାଷ୍ଠଶିଳ୍ପୀ ବନମାଳୀ ମହାରଣାଙ୍କୁ ଶିଳ୍ପୀ ସମ୍ମାନ ପ୍ରଦାନ କରାଯାଇଥିଲା।

ବରିଷ୍ଠ ସାମ୍ବାଦିକ ଶିବ ନାରାୟଣ ଗୌଡ଼, ଲିଙ୍ଗରାଜ ମିଶ୍ର, ଆଲାରାମ ଭତ୍ରା, ରଜତ ବଂଶଲ, ସୁମିତ କୁମାର ଅଗ୍ରୱାଲ, ହିରଣ୍ୟ ବେହେରା ଓ ଦୁଃଖିଶ୍ୟାମ ନାଗଙ୍କୁ ଶ୍ରେଷ୍ଠ ସାମ୍ବାଦିକ ଭାବେ ଚୟନ କରାଯାଇ ୨୦୨୨ ମସିହାର ବାର୍ତ୍ତା ସମ୍ମାନରେ ସମ୍ମାନିତ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି, ଅଭିରାମ ନନ୍ଦ, ଦୀପକ ମହାନ୍ତି, ଅନୀଲ ଅଗ୍ରୱାଲ ଓ ରଞ୍ଜନ ମହାନ୍ତିଙ୍କ ସହ ସ୍ବାଗତ ଆଇଟିସିର ଅଧ୍ୟକ୍ଷା ପ୍ରୀତି ପଟ୍ଟନାୟକ ଓ କଳାହାଣ୍ଡି ଜୀବନବିନ୍ଦୁ ସଂଯୋଜକ ପ୍ରଦୀପ ଦାସଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ସାମ୍ବାଦିକ ସୁଶାନ୍ତ କୁମାର ଦଳେଇ, ମଧୁସୂଦନ ଠାକୁର, ଧନେଶ୍ଵର ପୁଞ୍ଜି, ନରୋତ୍ତମ ସେଲମା, ହେମନ୍ତ ସାହୁ, ଲବଣି ରାଉତ, ନବୀନ କିଶୋର ସାହୁ, ଓଡ଼ିଆ ବାର୍ତ୍ତାର ସଂପାଦନା ମଣ୍ଡଳୀର ସଞ୍ଜୟ କୁମାର ଧଙ୍ଗଡ଼ାମାଝୀ, ଜଗଦୀଶ ଚନ୍ଦ୍ର ନାଏକ, ସନ୍ତୋଷ କୁମାର ବାଗ ଓ ସଲିଲ କୁମାର ଧଙ୍ଗଡ଼ାମାଝୀଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।

ଯୁବ ଗାଳ୍ପିକ ଡିଲେଶ୍ବର ରଣା ଓ ସାମ୍ବାଦିକ ଲିଙ୍ଗରାଜ ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ସାମ୍ବାଦିକ ରଜତ ବଂଶଲ ଅତିଥି ପରିଚୟ ଏବଂ ଓଡିଆ ବାର୍ତ୍ତାର କାର୍ଯ୍ୟକାରୀ ସଂପାଦକ ସଞ୍ଜୟ ଧଙ୍ଗଡ଼ାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଓଡିଆ ବାର୍ତ୍ତାର ଶାଖା ଯଦୁ ନ୍ୟୁଜ ନେସନର ପରିଚାଳନା ନିର୍ଦ୍ଦେଶକ ଡାକେଶ୍ବର ଲହଜଲ, କୃତିବାସ ବେମାଲ, ଡିଲେଶ କୁମାର ନାଗ, ଲିଙ୍ଗରାଜ ବେହେରା, ତ୍ରିଲକ୍ଷ ନାଏକ, କାଶିନାଥ ଘି’, ଯୁବ ଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ, ଯୁଗେଶ୍ବର ମାଝୀ, ପ୍ରତାପ ମାଝୀ, ପ୍ରସୂନ କୁମାର ଜାଲ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ କଥାକାର ବିଜୟ ପ୍ରଧାନ, ସୁକାନ୍ତ ସାହୁ, କବି ସକିତ ରତେ, ଜୟଦ୍ରଥ ସୁନା, ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ, ସ୍ନିଗ୍ଧାରାଣୀ ସିଂ, ଯଶୋବନ୍ତ ଧଙ୍ଗଡ଼ାମାଝୀ, ସୁମିତ ଶର୍ମା, କ୍ଷୀରୋଦ ମଙ୍ଗରାଜ, ଶିକ୍ଷୟିତ୍ରୀ ଜ୍ୟୋତିରାଣୀ ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.