ଓଡ଼ିଆ ବାର୍ତ୍ତା/ ପୁରୀ: ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ରାତି ୩ଟା ୩୦ରୁ ମଙ୍ଗଳାର୍ପଣ ୪ଟାରୁ ୬ଟା ମଧ୍ୟରେ ପହଣ୍ଡି କରାଯାଇଛି । ୭ଟାରେ ତଡ଼ପ ଲାଗି କରାଯାଉଥିବା ବେଳେ ୮ଟାରେ ଅବକାଶ ନୀତି ସମ୍ପର୍ଣ୍ଣ ହୋଇଛି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ମହାବାହୁ । ଦିନ ୧୨.୧୫ରୁ ୧୨.୪୫ମଧ୍ୟରେ ଛେରା ପହଁରା ପରେ ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ସହ ପୁରୀରେ ୫ସ୍ତରୀୟ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୩ କମାଣ୍ଡାଣ୍ଟ, ୧୧ ଜଣ ଅତିରିକ୍ତ ଏସପି, ୨୧ ଜଣ ଡିଏସପି ମୁତୟନ ହୋଇଛନ୍ତି। ୫୦ରୁ ଅଧିକ ଇନ୍ସପେକ୍ଟର, ଦୁଇ ଶହରୁ ଅଧିକ ଏଏସଆଇ ଓ ଏସଆଇ ମଧ୍ୟ ରହିଛନ୍ତି । ୧ହଜାର କନେଷ୍ଟବଳ ଓ ହୋମ ଗାର୍ଡ ସହ ୫୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।