ମାଲାମାଲ ଲିଜ୍ ଧାରୀ, ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି
ସ୍ଥାନୀୟ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଶୂନ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ସରକାରୀ ଲିଜ୍ ଶେଷ ତଥାପି ନଦୀ ଘାଟରୁ ଚାଲିଛି ବେଧଡକ ବାଲି ଉଠାଣ । ଲିଜ୍ ଧାରୀ ମାଲାମାଲ, ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି । ଏପଟେ ସ୍ଥାନୀୟ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଶୂନ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚିଲିଗାଁରୁ ଆସିଛି ଏଭଳି ଅଭିଯୋଗ । ଗୋଲାମୁଣ୍ଡା ତହସିଲ ଅଧିନସ୍ଥ ଚିଲିଗାଁ ତେଲ ନଦୀ ବାଲି ଘାଟରେ ଚାଲିଛି ପ୍ରୋକଲିନ ଓ ଜେସିବି, ଲାଗିଛି ହାଇୱା । ମେସିନ୍ ସାହାଯ୍ୟରେ ବେଧଡକ ଉଠୁଛି ତେଲ ନଦୀରୁ ବାଲି । ଲିଜ୍ ସରିଥିଲେ ବି ବାଲି ଉଠାଉଛନ୍ତି ଲିଜ୍ ଧାରି ଚେଇଁ ଶୋଇଛି ସ୍ଥାନୀୟ ପ୍ରଶାସନ, ଲକ୍ଷ ଲକ୍ଷ ଟଙ୍କା ରାଜସ୍ଵ ହାନୀ ଘଟୁଛି । ଏଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି ।
ଅଭିଯୋଗରୁ ଜଣା ଯାଏ ଯେ, ଚିଲିଗାଁ ତେଲ ନଦୀ ଘାଟରୁ ବାଲି ଉଠାଣ ପାଇଁ ବସନ୍ତ ଭୋଇ ନାମକ ଜୈନିକ ବ୍ୟକ୍ତିଙ୍କ ନାଁରେ ପାଞ୍ଚ ବର୍ଷ ପାଇଁ ଲିଜ ରହିଥିଲା । କିନ୍ତୁ ଗତ ଏପ୍ରିଲ ମାସ ୧୦ ତାରିଖରେ ଲିଜ୍ ଅବଧି ସରିଥିଲେ ବି ଏବେ ବେଆଇନ ଭାବରେ ବାଲି ଉଠାଣ ଚାଲିଛି । ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉ ନଥିବାରୁ ଫୁଣ୍ଡା ଗ୍ରାମର ଜଣେ ବ୍ୟକ୍ତି ନଦୀଘାଟ ଲିଜ୍ ନେଇ ଥିବା ବେଳେ ପୁରୁଣା ଲିଜ୍ ର କାଗଜ ପତ୍ରରେ ରୟାଲଟି ବିଲ ନାମକୁ ମାତ୍ର କାଟି ଦୈନିକ ଶହ ଶହ ହାଇୱା ଟ୍ରାକ୍ଟର ବାଲି ବୋଝେଇ ହୋଇ ଗୋଲାମୁଣ୍ଡା ରୁ ଭବାନୀପାଟଣା, ଜୟପାଟଣା ଏପରିକି ନବରଙ୍ଗପୁର, ଛତିଶଗଡ଼ ତଥା ରାଜ୍ୟ ବାହାରକୁ ବାଲି ଚାଲାଣ ହେଉଛି । ଯାହାର ଫଳ ସ୍ୱରୂପ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ଘଟୁ ଥିବା ଅଭିଯୋଗ ହେଉଛି ।
ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଆମେ ଗୋଲାମୁଣ୍ଡା ତହସିଲଦାରଙ୍କୁ ପଚାରିବାରୁ ଏହି କଥାକୁ ଆଡେଇ ଆଡେଇ ଦେଇ ବେଆଇନ ଚାଲି ନ ଥିବା କହିଛନ୍ତି । ଗୋଲାମୁଣ୍ଡା ବ୍ଲକରେ ରହିଛି ପାଖା ପାଖି ୧୫ରୁ ଉର୍ଦ୍ଧ୍ବ ବାଲି ଘାଟ ରହିଛି । ହେଲେ କେତେ ବାଲି ଘାଟର ଲିଜ୍ ସରିଛି, କେତେ ବାକି ଅଛି, କାହାକୁ କେତେ ସିଏମ ଲିଜ୍ ଦିଆଯାଇଥିଲା, କେତେ ଉଠିଛି ତାହାର ସବିଶେଷ ତଥ୍ୟ ମିଳି ପାରୁନଥିବା ବେଳେ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବେଆଇନ ବାଲି ଚାଲାଣ ବନ୍ଦ ହେବା ସହ ବହୁ ପରିମାଣର ରାଜସ୍ୱ ସରକାରଙ୍କ ରାଜ କୋଷକୁ ଯାଇପାରିବ ।