ଓଡ଼ିଆ ବାର୍ତ୍ତା/ କାଶୀପୁର (ଆଲାରାମ ଭତ୍ରା): କାଶୀପୁର ବ୍ଲକ ବହୁଜନ ସମାଜ ପାର୍ଟି (ବିଏସପି) ପକ୍ଷରୁ ଏକ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କାଶୀପୁର ସଦର ମହକୁମା ପଥ ପ୍ରାନ୍ତ ସୁବିଧା କେନ୍ଦ୍ର ନିକଟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ଟଙ୍କଧର ବାଘ, ସମ୍ମାନିତ ଅତିଥି ଭାବେ ରାଜ୍ୟ ପ୍ରଭାରୀ ଚମ୍ପାଲାଲ ଟୁଙ୍ଗାରିଆ, ରାଜ୍ୟ ସମ୍ପାଦକ ଦେବୀ ଚରଣ ଭାଟି ଓ ଜିଲ୍ଲା ସଭାପତି ତଥା ବିଏସପିର ଟାଣୁଆ ଆଉ ଲଢ଼ୁଆ ନେତା ଜିତୁ ଜାକାଶିକା ପ୍ରମୁଖ ମଞ୍ଚାସିନ ଥିଲେ ।
କାର୍ଯ୍ୟକ୍ରମରେ ଆଗାମୀ ସାଧାରଣ ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ବାବା ସାହେବ ଆମ୍ବେଦକରଙ୍କର ଚିନ୍ତାଧାରାକୁ ବାସ୍ତବରେ ପରିଣତ କରିବା ପାଇଁ ବିଏସପି ଦଳକୁ ସୁଦୃଢ଼ କରିବା ନିମନ୍ତେ ଦଳର ସଂଗଠନ ଓ ସୁପରିଚାଳନା ସହ ଅଞ୍ଚଳର ଅବହେଳିତ ଓ ନିଷ୍ପେସିତ ଲୋକଙ୍କୁ ଏକତ୍ରିତ କରିବାକୁ ବିସ୍ତୃତ ଭାବେରେ ଆଲୋଚନା କରାଯାଇଥିଲା ।
ପରବର୍ତ୍ତୀ ସମୟରେ ନୂତନ ଭାବେ ବ୍ଲକ ସଭାପତି ଦାଇତ୍ୱ ନେଇଥିବା ଦଳର ବିସମ୍ବର ନାଏକଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା କରାଯିବା ସହିତ ବିଶିଷ୍ଟ ଯୁବ ସମାଜ ସେବୀ ତଥା ୧୦୮ ଆମ୍ବୁଲାନ୍ସର ଜଣେ ଡ୍ରାଇଭର ପରୀକ୍ଷିତ କୁମାର ନାଏକଙ୍କୁ ଅଞ୍ଚଳରେ ଅତୁଳନୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା ନିମନ୍ତେ ଦଳ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବ୍ଲକ ସଭାପତି ବିସମ୍ବର ନାଏକ ସମ୍ପୂର୍ଣ୍ଣ ଭାବେ ପରିଚାଳନା କରିଥିବାବେଳେ ଦଳର ଶତାଧିକ ଅନ୍ୟ କର୍ମୀ ମାନଙ୍କ ମଧ୍ୟରୁ ବରିଷ୍ଠ ନେତା ସଞ୍ଜୀବ ନାଏକ, ସରୋଜ ନାଏକ, ଡମ୍ବଣି ଜାନୀ, ବନିତା ମାଝି, ମନୋରଞ୍ଜନ ଟାକ୍ରି, ବିଶେଇ କୂଳଦୀପ ପ୍ରମୁଖ ସହଯୋଗ କରିଥିଲେ ।