ବିଶ୍ୱ ରକ୍ତଦାତା ଦିବସ ଅବସରରେ ଗୋଲାମୁଣ୍ଡାଠାରେ ଜନ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ବିଶ୍ୱ ରକ୍ତଦାତା ଦିବସ । ପୃଥିବୀର ସମସ୍ତ ରକ୍ତଦାତାଙ୍କ ସମ୍ମାନରେ ଏହି ଦିବସକୁ ପାଳନ କରାଯାଏ । ରକ୍ତଦାତାମାନେ ରକ୍ତଦାନ କରୁଥିବାରୁ କେତେ ଯେ ଲୋକଙ୍କୁ ଠିକ ସମୟରେ ରକ୍ତ ମିଳୁପାରୁଛି ତାହାର କଳ୍ପନା ନାହିଁ । ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ଆଉ ନୂଆ ରକ୍ତଦାତା କେମିତି ବାହାରିବେ ସେଥିପାଇଁ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ଏବଂ ସ୍ୱାମୀ ବିବେକାନନ୍ଦ ସଙ୍ଘଠନ ଗୋଲାମୁଣ୍ଡା ଦ୍ୱାରା ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରକ୍ତଦାନ ଆଉ ରକ୍ତଦାତାର ମହତ୍ୱ ବିଷୟରେ ପ୍ରଚାରପତ୍ର ପ୍ରସ୍ତୁତ କରି ଲୋକମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଗୋଲାମୁଣ୍ଡାର ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଡାକ୍ତରଖାନା, ଆଉ ଲୋକମାନଙ୍କ ପାଖକୁ ଯାଇ ରକ୍ତଦାନ ଆଉ ରକ୍ତଦାତାଙ୍କ ବିଷୟରେ ଚର୍ଚ୍ଚା କରି ଅଧିକରୁ ଅଧିକ ଲୋକ କେମିତି ରକ୍ତଦାନ ମହତଦାନ କରିବେ ସେନେଇ ସଂଗଠନର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ପ୍ରୟାସ କରିଥିଲେ । ଏହି କାର୍ଯ୍ୟକ୍ରମ ସୋସିଆଲ ଆକ୍ଟିଭିଷ୍ଟ ଅଫ ଗୋଲାମୁଣ୍ଡା ସଭାପତି ସମୀର ସାହୁଙ୍କ ନେତୃତ୍ୱରେ ସମ୍ପାଦକ ହେମନ୍ତ ବଡ଼କିଆ, ରାହୁଲ ତାଣ୍ଡି, କିରଣ କୁମାର ରାଉତ ଏବଂ ସ୍ୱାମୀ ବିବେକାନନ୍ଦ ସଂଗଠନ ସଭାପତି ରାଜେଶ କୁମାର ଅଗ୍ରୱାଲଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.