ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ସ୍ବେଛାସେବୀ ସଂଗଠନ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ଓ କଳାରୁଦ୍ର ଯୁବକ ସଂଘ କୁସୁର୍ଲା (ହଜାରୀପଡା) ମିଳିତ ଆନୁକୂଲ୍ୟରେ କର୍ଲାମୁଣ୍ଡା ବ୍ଲକ ସ୍ଥିତ ଯୋରାଡବରା ଛକ ଠାରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ରକ୍ତଦାନ ମହାପୂଣ୍ୟ, ରକ୍ତଦାନ କରନ୍ତୁ ଜୀବନ ବଞ୍ଚାନ୍ତୁ ଆଦି ନାରା ଦେଇ ଏକ ଶୋଭାଯାତ୍ରା ମାଧ୍ଯମରେ ଜନ ସଚେତନତା ସୃଷ୍ଟି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହରଗୌରୀ କମ୍ପୁଟର ଏକାଡେମୀ ଓ ଅର.ଏନ କୋଚିଙ୍ଗ ସେଣ୍ଟରର ଭାଇ, ଭଉଣୀମାନେ ସହଯୋଗ କରିଥିବାବେଳେ କଳାରୁଦ୍ର ଯୁବକ ସଂଘର ପୂର୍ବତନ ସମ୍ପାଦକ ସଂଜୀବ ସାହୁ, ସଭାପତି ଦୁର୍ବାଦଳ ସାହୁ, ସମ୍ପାଦକ ରେଶବ ନାରାୟଣ ସାହୁ , ନୀଳକଣ୍ଠେଶ୍ଵର, ଅରବିନ୍ଦ, ଲୋକନାଥ, ହରପ୍ରସାଦ, ଭୁବନେଶ୍ୱର, ଚୁମନେଶ୍ଵର, ବିକାଶ, ଶମ୍ବୁପ୍ରସାଦ ଓ ହରଗୌରୀ କମ୍ପୁଟର ଏକାଡେମୀ ଶିକ୍ଷକ ମୁକେଶ ବନଛୋର ଓ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜାତୀୟ ଯୁବ ସ୍ଵେଛା ସେବୀ ତଥା ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ଜିଲ୍ଲା କାର୍ଯ୍ୟକାରୀ କମିଟି ସଦସ୍ୟ ସନତ କୁମାର ସାହୁ ଉପସ୍ଥିତ ରହିଥିଲେ । ଶେଷରେ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନର ଉପଦେଷ୍ଟା ବୁଦ୍ଧେଶ୍ୱର ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।