ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ଖିରସିନ୍ଧୁ ବାଣୁଆ): ଜୁନାଗଡ ବ୍ଲକ କଲେଇଗାଁ ପେକ୍ସର ସଭାପତି ଭାବେ ସଂଜୟ ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଅନ୍ୟ କୌଣସି ବ୍ୟକ୍ତି ପ୍ରାର୍ଥୀପତ୍ର ଦାଖଲ ନକରିବାରୁ ସଞ୍ଜୟ ତ୍ରିପାଠୀ ନିର୍ଦ୍ୱନ୍ଦ୍ୱ ପ୍ରାର୍ଥୀ ଭାବେ ପରିଗଣିତ ହୋଇଛନ୍ତି। ଆଜି ସକାଳ ୧୦ ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରିବା ସମୟ ରହିଥିଲା। ହେଲେ ଶ୍ରୀ ତ୍ରିପାଠୀଙ୍କ ବ୍ୟତୀତ ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ ନ କରିବାରୁ ସେ ସଭାପତି ହେବା ସମ୍ଭାବନା ଉଜ୍ଜ୍ବଳ ହୋଇଛି। ନାମାଙ୍କନ ପତ୍ର ଦାଖଲ ସମୟରେ ନିର୍ବାଚନ ଅଧିକାରୀ ରବି କୁମାର ନାଏକ, ପେକ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ବସନ୍ତ ବେହେରା, ରହିଥିଲେ। ସଂଜୟ ତ୍ରିପାଠୀ ସଭାପତି ହେବା ନିଶ୍ଚିତତାକୁ ନେଇ ସ୍ଥାନୀୟ ସରପଞ୍ଚ ମଳୟ ରଞ୍ଜନ ଆଚାର୍ଯ୍ୟ, ପଞ୍ଚାନନ ପୁଝାରି, ଚାପଧାରୀ ପୁଝାରୀ, ଅଚ୍ୟୁତ ତ୍ରିପାଠୀ, ସୋଦନ ପୁଝାରୀ, ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ କଲେଇଗାଁ ପେକ୍ସର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଉଦ୍ୟମ କରିବି ବୋଲି ନିର୍ଦ୍ଵନ୍ଦରେ ନିର୍ବାଚିତ ସଭାପତି ସଞ୍ଜୟ ତ୍ରିପାଠୀ ପ୍ରକାଶ କରିଛନ୍ତି।