ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ, ବିଜୟ କୁଲାଙ୍ଗେ ବିଏମସି ଓ ନିଖିଲ ପବନ ସିଏମସି କମିଶନର୍

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ଜନସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ସାମଲଙ୍କୁ ଜଳସଂପଦ ଯୁଗ୍ମ ସଚିବ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି। ସେହିପରି ବିଜୟ ଅମୃତା କୁଲାଙ୍ଗେ ଭୁବନେଶ୍ୱର ମହାନଗର କମିଶନର ଏବଂ ନିଖିଲ ପବନ କଲ୍ୟାଣ କଟକ ମହାନଗର କମିଶନର ହୋଇଛନ୍ତି। ମଧୁସ୍ମିତା ସାହୁ ହୋଇଛନ୍ତି ରାଜସ୍ୱ ବିଭାଗ ଯୁଗ୍ମ ସଚିବ। କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡି. ହେଲେ ଓଏସଏମସିଏଲ ଏମଡି। ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ମିଳିଛି କୃଷି ନିର୍ଦ୍ଦେଶକ ଦାୟିତ୍ୱ। ଆଇଏଏସ ସଂଗ୍ରାମ ମହାପାତ୍ର ହେଲେ ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ନିର୍ଦ୍ଦେଶକ। ସରୋଜ କୁମାର ମିଶ୍ରଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଓ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଜିଏ ବିଭାଗ ଅନୁସଚିବ ଦାୟିତ୍ୱ ଦିଆଯାଇଛି। କେ ସୁଦର୍ଶନ ଚକ୍ରବର୍ତ୍ତୀ ଖୋର୍ଦ୍ଧା ଜିଲ୍ଲାପାଳ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଦାୟିତ୍ୱ, ସ୍ୱଧା ଦେବସିଂହଙ୍କୁ ରାୟଗଡ଼ା ଜିଲ୍ଲାପାଳ ଏବଂ ଆଇଏସଏସ ଅନନ୍ୟା ଦାସଙ୍କୁ ସମ୍ବଲପୁର ଜିଲ୍ଲାପାଳ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ସୋମେଶ କୁମାର ଉପାଧ୍ୟାୟଙ୍କୁ ଦେବଗଡ଼ ଜିଲ୍ଲାପାଳ, ପି ଅନ୍ୱେଷା ରେଡ୍ଡୀଙ୍କୁ କଳାହାଣ୍ଡି ଜିଲ୍ଲାପାଳ, ପାଟିଲ ଆଶିଷ ଇଶ୍ୱରଙ୍କୁ କନ୍ଧମାଳ ଜିଲ୍ଲାପାଳ, ହେମକାନ୍ତ ସାଏଙ୍କୁ ନୂଆପଡ଼ା ଜିଲ୍ଲାପାଳ, କୀର୍ତ୍ତି ଭାସନଙ୍କୁ ଗଞ୍ଜାମ ପିଡି ଡିଆରଡିଏ, ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ଭୁବନେଶ୍ୱର ମହାନଗର ଅତିରିକ୍ତ କମିଶନର ଏବଂ ଜେ.ସୋନାଲଙ୍କୁ ବ୍ରହ୍ମପୁର ମହାନଗର କମିଶନର ଭାବରେ ନିଯୁକ୍ତ କରାଯାଇଛି। ଏଥିସହ ଦିବ୍ୟଜ୍ୟୋତି ପରିଡ଼ା ଗଞ୍ଜାମ ଜିଲ୍ଲାପାଳ ହୋଇଥିବା ବେଳେ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ଭଦ୍ରକ ଜିଲ୍ଲାପାଳ, ତ୍ରିଲୋଚନ ମାଝୀଙ୍କୁ ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ, ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ବାଲେଶ୍ୱର ଜିଲ୍ଲାପାଳ ଭାବରେ ନିଯୁକ୍ତ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.