ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗା ବ୍ଲକ ମଶାଣିବନ୍ଧ ଗ୍ରାମର ଅଙ୍ଗନୱାଡି କର୍ମୀ କୁମାରୀ ଦୋରାଙ୍କ ୟୁଟ୍ରଷ୍ଟରୁ ସାଢ଼େ ଚାରି କେଜିର ଟ୍ୟୁମର ବୁର୍ଲା ଭୀମସାର ହସ୍ପିଟାଲର ଆସିଷ୍ଟାଣ୍ଡ ପ୍ରଫେସର ଡା. ସନ୍ତୋଷ କୁମାର ଦୋରା (ସ୍ତ୍ରୀ ରୋଗ ବିଶେଷଜ୍ଞ) ଓ ସର୍ଜନ ଡ଼ା. ବେଣୁଧର ପାଣ୍ଡେଙ୍କ ଉଦ୍ୟମରେ ସଫଳତାର ସହିତ ଅସ୍ତ୍ରୋପଚାର କରି ବାହାର କରାଯାଇଛି। ଦୀର୍ଘ ଦିନରୁ ଅଙ୍ଗନୱାଡ଼ି କର୍ମୀ ଫେଟ, ଅଣ୍ଟା ବ୍ୟଥାରେ ପୀଡ଼ିତ ହୋଇ ଆସୁଥିଲେ। ଦୀର୍ଘ ୫ଘଣ୍ଟା ଧରି ଏହି ଅସ୍ତ୍ରୋପଚାର କରି ସଫଳ କରିଥିବାରୁ ଅଙ୍ଗନବାଡ଼ି କର୍ମୀ ବର୍ତ୍ତମାନ ସୁସ୍ଥ ଅନୁଭବ କରୁଥିବାର ଜଣା ପଡ଼ିଛି।