ଜେସିବି ଧକ୍କାରେ ଯୁବକଙ୍କ ଗୋଡ଼ କଟିବା ପ୍ରସଙ୍ଗ: ଏସପିଙ୍କ ଦ୍ବାରସ୍ଥ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):  ଜୁନାଗଡ଼ ଥାନା ପଲାସ ଗାଁର ସୁରେନ୍ଦ୍ର ବାଗ ନାମକ ଜଣେ ଯୁବକ ଜଣେ ସାଙ୍ଗଙ୍କ ସହିତ ଗତ ଚାରି ତାରିଖ ସନ୍ଧ୍ୟାରେ ଲାଞ୍ଜିଗଡରୁ ଏକ ବାଇକରେ ନିଜ ଗାଁ ପଲାସକୁ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ୨୬ ନମ୍ବର ଜାତୀୟ ରାଜପଥର ଭବାନୀପାଟଣା ନକଟିଗୁଡ଼ାରୁ କଷାକେନ୍ଦୁ ମଝିରେ ରାସ୍ତା ଉପରେ ଜୁନାଗଡ଼ ପଟୁ ଆସୁଥିବା ଏକ ଜେସିବି ଜୋରରେ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ସୁରେନ୍ଦ୍ରଙ୍କ ଡାହାଣ ଗୋଡ଼ ଜଙ୍ଘ ପାଖରୁ ଛିଣ୍ଡି ଅଲଗା ହୋଇଯାଇଥିଲା। ଗୁରୁତର ଭାବରେ ରାସ୍ତାରେ ଛଟପଟ ହେଉଥିବାବେଳେ ଦୁର୍ଘଟଣା ଘଟାଇ ଜେସିବି ପଳାଇ ଯାଇଥିଲା। ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସୁରେନ୍ଦ୍ରଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବାବେଳେ ସେଠାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ସାମାନ୍ୟ ସୁସ୍ଥ ହୋଇ ସେ ଫେରିଥିଲେ ହେଁ ଗୋଟିଏ ଗୋଡ଼ ହରାଇ ସେ ସଂପୂର୍ଣ୍ଣ ଭାବେ ପଙ୍ଗୁ ହୋଇଯାଇଛନ୍ତି। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ସୁରେନ୍ଦ୍ର। ସେ ଅଚଳ ହୋଇପଡିବା ପରେ ତାଙ୍କ ପରିବାର ଅତ୍ୟନ୍ତ ଦୁର୍ଦ୍ଦିନ ମଧ୍ୟରେ କାଳ କାଟୁଛନ୍ତି। ଏହାକୁ ନେଇ ସୁରେନ୍ଦ୍ରଙ୍କ ପରିବାର ହତାଶ ହୋଇ ପଡିଥିବାବେଳେ ଏ ସଂପର୍କରେ ଓଡିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କର୍ମକର୍ତ୍ତାଙ୍କୁ ଅବଗତ କରାଇବା ପରେ ଫେଡେରେସନର ସଭାପତି ଧନଞ୍ଜୟ ଦୀପ, ସାଧାରଣ ସଂପାଦକ ଯତୀନ୍ଦ୍ର କର, ଆଇନ ବିଭାଗ ମୁଖ୍ୟ ଛବିଲାଲ ନିଆଲ, ସକ୍ରିୟ ସଦସ୍ୟ ସୁଶୀଲ କୁମାର ବାଗଙ୍କ ନେତୃତ୍ୱରେ ସୁରେନ୍ଦ୍ରଙ୍କ ପତ୍ନୀ ପୁଷ୍ପାଞ୍ଜଳି ବାଗ ଓ ତାଙ୍କ ପରିବାର କଳାହାଣ୍ଡି ଏସ୍‌ପି ଜି. ଅଭିଳାଷଙ୍କୁ ସାକ୍ଷାତ କରି ଦୁର୍ଘଟଣା ଘଟାଇଥିବା ଜେସିବିକୁ ଜବତ କରିବା, ଦୁର୍ଘଟଣାଗ୍ରସ୍ତ ସୁରେନ୍ଦ୍ରଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦୃଢ ଦାବି କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.