କଳାହାଣ୍ଡିର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତ ହେଲେ ଆଇଏଏସ୍  ପି ଅନ୍ୱେଷା ରେଡ୍ଡୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡିର ନୂତନ ଜିଲ୍ଲାପାଳ ଭାବେ ପି ଅନ୍ୱେଷା ରେଡ୍ଡୀ ଦାଇତ୍ୱ ଗ୍ରହଣ କରିବେ। ରାଜ୍ୟ ସରକାର ଗୁରୁବାର ଦିନ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ଜନସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଦାୟିତ୍ୱ ପ୍ରଦାନ କରାଯାଇଛି। ତାଙ୍କ ଜାଗାରେ ମୟୂରଭଞ୍ଜ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ୨୦୧୭ ବ୍ୟାଚର ଆଇଏଏସ୍  ପି ଅନ୍ୱେଷା ରେଡ୍ଡୀଙ୍କୁ କଳାହାଣ୍ଡିର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ଡ. ଗାଭାଲି ପରାଗ ହର୍ଷଦ କଳାହାଣ୍ଡି ଜିଲ୍ଲାପାଳ ଭାବେ ଅତି ନିଷ୍ଠାର ସହ ନିଜ ଦାୟିତ୍ୱ ସଂପାଦନ କରିଛନ୍ତି। ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟ ସହ ସାଧାରଣ ନିର୍ବାଚନ, ପଞ୍ଚାୟତ ନିର୍ବାଚନ ଓ ପୈ।ର ନିର୍ବାଚନକୁ ସେ ଶୃଙ୍ଖଳାର ସହ ସଂପାଦନ କରିଥିଲେ। ମହାମାରୀ କୋଭିଡ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେ ଆନ୍ତରିକତାର ସହ କାର୍ଯ୍ୟ କରିଥିଲେ। କଳାହାଣ୍ଡିର ଇଷ୍ଟଦେବୀ ମାଁ ମାଣିକେଶ୍ଵରୀଙ୍କ ବିଶ୍ବ ପ୍ରସିଦ୍ଧ ଛତର ଯାତ୍ରା ସହ ଜିଲ୍ଲା ସ୍ତରୀୟ ଲୋକ ଉତ୍ସବ ‘ଘୁମୁରା’ ର ସୁପରିଚାଳନା ଯୋଗୁଁ ମଧ୍ୟ ସେ ସମସ୍ତଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ। ନୂତନ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ମଧ୍ୟ କଳାହାଣ୍ଡିର ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ଜିଲ୍ଲାବାସୀ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.