ବାବା ସାହେବ ଆମ୍ବେଦକର କ୍ରିକେଟ ପ୍ରତିଯୋଗିତା, ପିପଲଗୁଡା ଚମ୍ପିୟାନ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଳକ ଉଛୁଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମଯୋର ଖେଳ ପଡିଆ ଠାରେ ଭୀମ ସେନା କୁମଯୋର ଆନୁକୁଲ୍ୟରେ ଆୟୋଜିତ ବାବା ସାହେବ ଆମ୍ବେଦକର କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଫାଇନାଲ ଖେଳ ଜୟପାଟଣା ବ୍ଳକ ପୀପଲ ଗୁଡା କ୍ରିକେଟ ଦଳ ସହିତ କୋକସରା ବ୍ଲକ ନୂଆଁ ଗୁଡା ଦଳ ମଧ୍ୟରେ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନୂଆ ଗୁଡା ଦଳ ପ୍ରଥମେ ଟସ ଜିଣି ଫିଲ୍ଡିଙ୍ଗ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ପିପଲ ଗୁଡା ଦଳ ବେଟିଙ୍ଗ କରି ୧୨ ଓଭର ବିଶିଷ୍ଟ ମ୍ୟାଚ ରେ ପାଞ୍ଚ ୱିକେଟ ହରାଇ ୧୦୧ ରନ ସଂଗ୍ରହ କରି ଥିଲେ। ତା’ର ଜବାବରେ ନୂଆଗୁଡା ଦଳ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭରରେ ସମସ୍ତ ୱିକେଟ ହରାଇ ୭୧ ରନ ସଂଗ୍ରହ କରି ପରାଜିତ ହୋଇଥିଲେ। ନୂଆଗୁଡା ରନର୍ସ ଅପ୍ ହୋଇଥିବା ବେଳେ ପିପଲଗୁଡା ଦଳ ଚମ୍ପିୟାନ ହେଇଛି। ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ଜୋନ-୨ ଜିଲ୍ଲା ପରିଷଦ ସଦସ୍ୟ ଦେବ ପୁଝାରୀ, ମୁଖ୍ୟ ବକ୍ତା ଭାବରେ ଜୟପାଟଣା ବ୍ଳକ ଅଧ୍ୟକ୍ଷ ଥବିର ବାଗ, ସମ୍ମାନୀତ ଅତିଥି ଭାବରେ ଉଛଳା ସରପଞ୍ଚ ପ୍ରତିନିଧି ଟେମଲ ନାଏକ, ଲାବାଣ୍ୟ ବାଣୁଆ, ତ୍ରିନାଥ ନାଗ ପ୍ରମୁଖ ମଞ୍ଚାସିନ ଥିଲେ।

Udyog Nursery
Udyogi Nursery

ବିଜେତା ଦଳ ପିପଲଗୁଡାକୁ ଚମ୍ପିୟାନ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଉପବିଜେତା ନୂଆଗୁଡା ଦଳକୁ ରନର୍ସ ଅପ୍ ଟ୍ରଫି ପ୍ରଦାନ କରାଯାଇଥିଲା। ହିମାଞ୍ଚଳ ରାଉତ ଓ ମୁରଲୀଧର ଦୁର୍ଗା ମଞ୍ଚ ପରିଚାଳନା କରିଥିଲେ। ସୁନୀଲ ମଙ୍ଗରାଜ ଓ ବିକାଶ ନାଗ ସ୍କୋର ଦାୟିତ୍ଵରେ ଥିବା ବେଳେ କୁମଯୋର ଭୀମସେନ କ୍ଳବର ସଭାପତି ମଧୁସୂଦନ ମଙ୍ଗରାଜ ଓ ସମ୍ପାଦକ ଜଗଦିଶ ଠାକୁର ଖେଳ ପରିଚାଳନା କରିଥିଲେ। ତୋଫାନ ଠାକୁର, ମୁନା ଦୁର୍ଗା, ବିନୋଦ ନାଗ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.