ରାୟଗଡା ଜିଲ୍ଳାପାଳ ଭାବେ ଯୋଗ ଦେଲେ ଶ୍ରୀମତୀ ସ୍ୱଧାଦେବ ସିଂ

ସରକାରଙ୍କ ସମସ୍ତ ଯୋଜନା ଲୋକଙ୍କ ନିକଟରେ ପଂହଚେଇବା ରହିବ ପ୍ରାଥମିକତା -ଜିଲ୍ଳାପାଳ

ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାପାଳ ଭାବେ ଆଜି ଯୋଗଦାନ କରିଛନ୍ତି ଶ୍ରୀମତି ସ୍ୱଧାଦେବ ସିଂ, ଆଇଏଏସ । ଆଜି ପୂର୍ବାହ୍ନରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପଂହଚି ସେ ବିଦାୟୀ ତତ୍କାଳୀନ ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କ ଠାରୁ ଦାୟିତ୍ୱଭାର ଗ୍ରହଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନୂଆପଡା ଜିଲ୍ଳାପାଳ ଭାବେ ଦୀର୍ଘ ଦେଢବର୍ଷରୁ ଉର୍ଦ୍ଧ ସମୟ ନିଜ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇଥିବା ରାୟଗଡା ଜିଲ୍ଳାର ନୂତନ ଜିଲ୍ଳପାଳ ଶ୍ରୀମତି ସ୍ୱଧା ସିଂ ଜିଲ୍ଳାର ବିକାଶରେ ସମସ୍ତଙ୍କ ସହଯୋଗ କାମନା କରିବା ସହ ସରକାରଙ୍କ ସମସ୍ତ ଯୋଜନାକୁ ଲୋକଙ୍କ ନିକଟରେ ପଂହଚାଇବା ଲକ୍ଷ୍ୟ ରହିବ ବୋଲି ଶ୍ରୀମତି ସ୍ୱଧା ସିଂ ପ୍ରକାଶ କରିଥିଲେ ।

Udyog Nursery
Udyogi Nursery


ନୂତନ ଜିଲ୍ଳାପାଳଙ୍କୁ ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରା, ସୋମନାଥ ପ୍ରଧାନ, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଲାଲମୋହନ ରାଉତରାଏ, ଜିଲ୍ଳା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁଶ୍ମିତା ବାଉରୀଙ୍କ ସମେତ କାର୍ଯ୍ୟାଳୟର ବିିଭିନ୍ନ ବିଭାଗର ଅଧିକାରୀମାନେ, ବିଭିନ୍ନ ସଂଗଠନର କର୍ମକର୍ତାଙ୍କ ସମେତ ରାଜ୍ୟ ସାମ୍ବାଦିକ ୟୁନିୟନ, ଓଡିଶା,ଏସୟୁଜେ, ରାୟଗଡା ଜିଲ୍ଳା ଶାଖା ସଭାପତି ଶିବ ନାରାୟଣ ଗଉଡ, ସଂପାଦକ ସୁବାଷ ଚନ୍ଦ୍ର ସୂର୍ଯ୍ୟାଙ୍କ ସମେତ ଅନ୍ୟ ସଦସ୍ୟଗଣମାନେ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.