କନ୍ଧମାଳର ନୂତନ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଦାୟିତ୍ୱ ଗ୍ରହଣ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଆଶିଷ ଈଶ୍ୱର ପାଟିଲ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଥିବା ଜିଲାପାଳ ଡା. ବୃନ୍ଦା ଡି ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।ବୃନ୍ଦା ଡି ଙ୍କୁ ଓ ଏସଏମସିଏଲ ଭୁବେନଶ୍ୱରକୁ ବଦଳି ହୋଇଛି । ଆଶିଷ ଈଶ୍ୱର ପାଟିଲ ଏଥି ପୂର୍ବରୁ ବାଲେଶ୍ୱର ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ଦାୟିତ୍ୱ ଗ୍ରହଣ କରିବା ପରେ ଜ଼ିଲ୍ଲାପାଳ ପାଟିଲଙ୍କୁ ପଚାରିବାରେ ଜିଲାର ଜନସାଧାରଣଙ୍କ ସର୍ବାଙ୍ଗୀନ ଉନ୍ନତି ପ୍ରତିଦୃଷ୍ଟି ଦେବେ ବୋଲି କହିଛନ୍ତି । ଲୋକଙ୍କ ସମସ୍ୟା ପ୍ରତି ଅଗ୍ରାଧିକାର ଭିତ୍ତି ରେ ଦୃଷ୍ଟି ଦେବେ ବୋଲି ଆହୁରି କହିଥିଲେ । ଆଜି ଦାୟିତ୍ୱ ଗ୍ରହଣ କରିବା ପରେ କନ୍ଧମାଳ ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଭେଟି ସ୍ଵାଗତ ସମ୍ବର୍ଧନା ଜଣାଇବା ସହ ଜିଲାର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲାପାଳ ପାଟିଲ ଗଣ ମାଧ୍ୟମର ଆନ୍ତରିକ ସହଯୋଗ କାମନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.