ଦ୍ୱିତୀୟ ଓଡିଶା ବାଳିକା ବାଟାଲିୟନ୍ ଏନସିସି ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଦ୍ୱିତୀୟ ଓଡିଶା ବାଳିକା ବାଟାଲିୟନ୍ ଏନସିସି, ରାୟଗଡା ତରଫରୁ ସ୍ଥାନୀୟ ନଗର ଭବନ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ରାୟଗଡା ସହରର ୪ଟି ସ୍କୁଲ ଓ ୨ଟି ବିଦ୍ୟାଳୟର ଏନସିସି କ୍ୟାଡେଟମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଯୋଗଶିକ୍ଷା ଗ୍ରହଣ କରିଥିଲେ । ଯୋଗଗୁରୁ କିଶୋର ଚନ୍ଦ୍ର ଦୋରା ବିଭିନ୍ନ ଯୋଗାସନ ପ୍ରଦର୍ଶିତ କରିଥିବା ବେଳେ ରାୟଗଡା ମହିଳା ମହାବିଦ୍ୟାଳୟର ଏନସିସି ଅଧିକାରୀ କ୍ୟାପଟେନ୍ ଗୀତାରାଣୀ ମିଶ୍ର ସହାୟକ ଯୋଗଗୁରୁ ଭାବେ ଯୋଗାସନଗୁଡିକର ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ ।


ଯୋଗ ଦ୍ୱାରା ଶରୀର ଓ ମନ ସୁସ୍ଥ ରହେ । ଫଳରେ ଏକ ସୁସ୍ଥ ଓ ନିରୋଗ ଜୀବନ ଅତିବାହିତ କରିବାର ସୁଯୋଗ ମିଳିପାରିଥାଏ । ସମସ୍ତେ ଯୋଗ କରିବା ଆବଶ୍ୟକ ବୋଲି ଯୋଗଗୁରୁ ପ୍ରଶିକ୍ଷକମାନେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦ୍ୱିତୀୟ ଓଡିଶା ବାଳିକା ବାଟାଲିୟନ ଏନସିସି ରାୟଗଡାର କମାଣ୍ଡି ଅଧିକାରୀ ଆଲୋକ ଘୋଷ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.