ବେହେରା ଗାଁରେ ଆମ୍ବୁଲାନ୍ସ ସେବା ଲୋକାର୍ପିତ, ଉପକୃତ ହେବେ ଅସହାୟ ଜନତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଡାକ୍ତରଖାନାରେ ସରକାର ମାଗଣା ଚିକିତ୍ସା ଯୋଗାଉ ଥିଲେ ମଧ୍ୟ ଆମ୍ବୁଲାନ୍ସ ଅଭାବରୁ ରୋଗୀ ପହଞ୍ଚି ପାରୁ ନାହାନ୍ତି। ନିଜସ୍ୱ ଉଦ୍ୟମରେ ଗାଡ଼ି ଭଡ଼ା କରି ଖର୍ଚ୍ଚାନ୍ତ ହେଉଛନ୍ତି ଅବା ଭାଗ୍ୟକୁ ଆଦରି ଘରେ ପଡ଼ିରହୁଛନ୍ତି। ଏହି ସମସ୍ୟା ଦୂର କରିବା ସହ ଦଣ୍ଡପାଟ ଅଞ୍ଚଳର ଜଣେ ବି ରୋଗୀ ଯେପରି ଚିକିତ୍ସା ସେବାରୁ ବଞ୍ଚିତ ନହେବେ, ସେଥିପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ଦୁଇ ସ୍ବେଚ୍ଛାସେବୀ ସଂଗଠନ। ପବିତ୍ର ରଥଯାତ୍ରା ଅବସରରେ ବେହେରା ଦନ୍ତେଶ୍ବରୀ ମନ୍ଦିର ପରିସରରୁ ଦଣ୍ଡପାଟ ଯୁବ ସେବା ସଂଗଠନ ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନର ମିଳିତ ଆନୁକୂଲ୍ୟରେ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବେହେରା ଗ୍ରାମର ବୟୋଜ୍ୟେଷ୍ଠ ବ୍ଯକ୍ତି ଶୁକ୍ରୁ ପଟେଲ, ସୁକଚନ ବିଶି, ତପୁ ନାଏକ, ସନଧର ପୁଝାରୀ, ବୈରାଗୀ ଗୋପାଳ, ସୋମନାଥ ବିଶି, ଲଲିତ ମୋହନ ରଣା, ଭକ୍ତ ଚରଣ ଭୋଇ, ଯକ୍ତାନନ ସାହୁ, ତୁଳସୀରାମ ବାରିକ, ଦୟାନିଧି ବାଣୁଆ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ସଂଗଠନର ସଦସ୍ଯମାନେ ଅତିଥିଙ୍କୁ ପାଦ ଧୋଇ ଫୁଲ ଚନ୍ଦନ, ଉପଢୌକନ ପ୍ରଦାନ କରି ସ୍ବାଗତ ଜଣାଇଥିଲେ। ପରେପରେ ଅତିଥିମାନେ ସବୁଜ ପତାକା ଦେଖାଇ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଥିଲେ। ଅଞ୍ଚଳର ଅସହାୟ ବ୍ୟକ୍ତି ବିଶେଷ ଚିକିତ୍ସା ପାଇଁ ଅଳ୍ପ ତେଲ ଖର୍ଚ୍ଚ ଦେଇ ଆମ୍ବୁଲାନ୍ସ ନେଇ ପାରିବେ। ଅଞ୍ଚଳର ୨୦ ରୁ ୩୦ କିମି ପରିଧି ମଧ୍ଯ ଏହି ସେବା ଯୋଗାଇ ଦିଆଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଲୋକାର୍ପଣ ଉତ୍ସବରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ ସମ୍ପାଦକ ଅବିନାଶ ମୁଣ୍ଡ, ସ୍ବୟମ ପଣ୍ଡା, ଅନିଶ ପଣ୍ଡା, ଦଣ୍ଡପାଟ ଯୁବ ସେବା ସଂଗଠନ ସଭାପତି ଭବେଶ ଗଇଁତା, ତରେଶ ବିଶି, ଭୁଜବଲ ନାଏକ, ସୁଶୀଳ ଚନ୍ଦ୍ର ନାଗ, ଭିକାରୀ ଚରଣ ଗୋପାଳ, ରିଙ୍କୁ ବିଶି, ରୁପେଶ ନାଏକ, ସୁଚିତ୍ରା ଗୋପାଳ, ଟିକେଶ୍ବର ଭୋଇ, ତ୍ରିଲୋକ ସିଂ, ଈଶ୍ୱର ବାଣୁଆ, କ୍ଷୀରସିନ୍ଧୁ ବାଣୁଆ, କ୍ଷୀରସିନ୍ଧୁ ବାଗ, ହେମାଲ ବିଶି, ରଙ୍ଗାଧର ନାଗ ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.