କର୍ମଚାରୀଙ୍କୁ ଜିଲ୍ଲା ଜଜଙ୍କ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି(ଲିଙ୍ଗରାଜ ମିଶ୍ର): ଜିଲ୍ଲା ଏବଂ ଦୌରା ଜଜ୍ କଳାହାଣ୍ଡିଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ଅବସର କାଳିନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି। ଜିଲ୍ଳା ଜଜ୍ ଙ୍କ ଅଦାଲତରେ କର୍ମରତ ଗଣେଶ ପ୍ରସାଦ ବେହେରା, ଶିରସ୍ତାଦାର, ଓ ଶ୍ରୀ ମାନସ ରଂଜନ ସାହୁ, ବେଞ୍ଚ କ୍ଲାର୍କ, ଗ୍ରେଡ-୧ ଦୁହିଁଙ୍କୁ ମାନ୍ୟବର ଜିଲ୍ଲା ଏବଂ ଦୌରା ଜଜ୍ କଳାହାଣ୍ଡି ଦୀପ୍ତି ରଞ୍ଜନ କାନୁନଗୋ କାଠର ଗଣେଷ ପ୍ରତିମା ସହିତ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଶାଶ୍ଵତ ପରିବେଶରେ ଅନ୍ୟାନ୍ୟଙ୍କ ମଧ୍ୟରେ ଜିଲ୍ଲା ଫେମିଲି ଜଜ୍ ଲଳିତ କୁମାର ଦାଶ, ଭିଜିଲାନ୍ସ ଜଜ୍ ପ୍ରଣବ କୁମାର ରାଉତରାଏ, ପୋକ୍ସୋ ଜଜ୍ ସୁବ୍ରତ କୁମାର ପଟ୍ଟନାୟକ, ପୋକ୍ସୋ ଫାଷ୍ଟ ଟ୍ରାକ ଜଜ୍ ଯଦୁମଣି ମିଶ୍ର ଓ ଭବାନୀପାଟଣାର ସମସ୍ତ ବିଚାବି ଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ସମସ୍ତ ବିଚାବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ପ୍ରସନ୍ନ କୁମାର ପଟ୍ଟନାୟକ, ରାଷ୍ଟ୍ରୀୟ (ପୂର୍ବାଞ୍ଚଳ) ଅଧ୍ୟକ୍ଷ, ରାଷ୍ଟ୍ରୀୟ ବିଚାର ବିଭାଗ କର୍ମଚାରୀ ମହାସଂଘ ତଥା ରାଜ୍ୟ ସାଧାରଣ ସମ୍ପାଦକ, ନିଖିଳ ଉତ୍କଳ ବିଚାର ବିଭାଗ କର୍ମଚାରୀ ସଂଘ , ଓଡିଶା, ନିଖିଳ ଉତ୍କଳ ବିଚାର ବିଭାଗ କର୍ମଚାରୀ ସଂଘ କଳାହାଣ୍ଡି ଜିଲ୍ଲା ସଭାପତି ଓ ଅକ୍ଷୟ କୁମାର ବେହରା, ଜିଲ୍ଲା ସମ୍ପାଦକଙ୍କ ଉପସ୍ଥିତିରେ ଅବସରକାଳୀନ ସଭା ପରିଚାଳନା କରିବା ପରେ ରାତ୍ରକାଳୀନ ଭୋଜୀକୁ ସମସ୍ତେ ଉପଭୋଗ କରିଥିଲେ । ଏହି ପରିପ୍ରେକ୍ଷୀରେ ମାନ୍ୟବର ଜିଲ୍ଲା ଓ ଦୌରା ଜଜ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ବିଚାର ପ୍ରତିପାଦନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.