ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ନିର୍ଦ୍ଦେଶ କରିବାର ୪ ଘଣ୍ଟା ମଧ୍ୟରେ ରାସ୍ତା ମରାମତି ହେଲା

ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟକୁ ଅଞ୍ଚଳବାସୀଙ୍କ ପ୍ରଶଂସା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଭାବେ ବିନ୍ଦୁ ମହାନନ୍ଦ ଦାୟିତ୍ବ ଗ୍ରହଣ କରିବା ଦିନଠାରୁ ତାଙ୍କର କାର୍ଯ୍ୟ ଦକ୍ଷତା, ଲୋକାଭିମୁଖୀ କାର୍ଯ୍ୟ ପ୍ରଣାଳୀ ପାଇଁ ସର୍ବସାଧାରଣ ଲୋକଙ୍କ ମନରେ ପ୍ରଶଂସାର ପାତ୍ର ହୋଇ ପାରିଥିବା ବେଳେ ପୁଣି ବ୍ଲକ ଅଧ୍ୟକଙ୍କ ଏକ କାର୍ଯ୍ୟକୁ କେଗାଁ ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିଛନ୍ତି । ଗତ କିଛି ଦିନର ଲଗାଣ ବର୍ଷା ଯୋଗୁଁ ଗୋଲାମୁଣ୍ଡା କେଗାଁ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ଚପ୍ରିଆ ନିକଟରେ ଘାଇ ସୃଷ୍ଟି ହୋଇଥିଲା । ଫଳରେ ଭରିଯାନ ଯିବା ଆସିବା ସମୟରେ ଘୋର ଅସୁବିଧା ହେଉଥିଲା । ଅଧିକ ବର୍ଷା ହେଲେ ଏହି ରାସ୍ତା ବନ୍ଦ ହୋଇ ଯିବାର ସମ୍ଭାବନା ଥିଲା । ଗତକାଲି ଏହି ରାସ୍ତା ଦେଇ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ କେଗାଁ ଗସ୍ତ କରୁଥିବା ସମୟରେ ରାସ୍ତାର ଏପରି ଅବସ୍ଥା ଦେଖି ଘଟଣାସ୍ଥଳରୁ ଏହି ରାସ୍ତାର ମରାମତି ଯଥା ଶୀଘ୍ର କରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ଦେବାର ୪ ଘଣ୍ଟା ମଧ୍ୟରେ ପୂର୍ତ୍ତ ବିଭାଗ ପକ୍ଷରୁ ଏହି ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇ ମରାମତି କାର୍ଯ୍ୟ ଶେଷ ହୋଇଥିଲା । ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦଙ୍କ ନିର୍ଦ୍ଦେଶ କରିବାର ୪ ଘଣ୍ଟା ମଧ୍ୟରେ ରାସ୍ତା ମରାମତି କାର୍ଯ୍ୟ ହୋଇଥିବାରୁ ବ୍ଲକ ଅଧ୍ୟକ୍ଷଙ୍କ ଏହି କାର୍ଯ୍ୟକୁ ଅଞ୍ଚଳବାସୀଙ୍କ ଭୁରିୟସୀ ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ ଯେ ଏହି ରାସ୍ତା ବନ୍ଦ ହୋଇ ଯାଇଥିଲେ କେଗାଁ ଅଞ୍ଚଳର କେଗାଁ, ସିନାପାଲି, ନୂଆଗାଁ, ଉଛୁଲା, ଚହକା, ବଡ଼ଚେରଗାଁ ଗ୍ରାମପଞ୍ଚାୟତର ଲୋକେ ପ୍ରଭାବିତ ହୋଇଥାନ୍ତେ ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.