ସମାଜସେବୀ ମଧୁସୂଦନ ପତିଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ସଭା

ଓଡ଼ିଆ ବାର୍ତ୍ତା/ କଟକ: ବୟାଳିଶ ମୌଜା ଶାନ୍ତି କମିଟି ଆନୁକୂଲ୍ୟରେ ଦେଉଳି ସ୍ଥିତ ଗ୍ରାମାଞ୍ଚଳ ଷ୍ଟାଡିୟମ୍ କ୍ରୀଡାବିତ୍ ବିଶ୍ରମାଗାର ଠାରେ ପୂର୍ବତନ ସରପଂଚ ତଥା ବିଶିଷ୍ଟ ସମାଜସେବୀ ମଧୁସୂଦନ ପତିଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ ହୋଇଥିଲା। ଶାନ୍ତି କମିଟିର ସଭାପତି ଶରତ ଚନ୍ଦ୍ର ରାୟଙ୍କ ସଭାପତିତ୍ବରେ ଦିବଂଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇ ଅମର ଆତ୍ମାର ସମ୍ମାନାର୍ଥେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ସଭାର ଆୟୋଜକ ତଥା ୪୨ମୌଜା ବିକାଶ ପରିଷଦର ସମ୍ପାଦକ ସନ୍ତୋଷ କୁମାର ପତି ମଧୁସୁଦନ ପତିଙ୍କ ଅମ୍ଳାନ ସ୍ମୃତି ଉଦ୍ଧେଶ୍ୟରେ ସ୍ବାଗତ ଭାଷଣ ଦେଇଥିଲେ। ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ସର୍ବଧର୍ମ ପ୍ରାଥନା କାର୍ଯ୍ୟକ୍ରମରେ ପଣ୍ଡିତ ରମେଶ ଚନ୍ଦ୍ର ପତିଙ୍କ ଦ୍ଵାରା ବେଦ ପାଠ, ଜଗଦୀଶ ତ୍ରିପାଠୀଙ୍କ ଭାଗବତ ପାଠ, ଚିତ୍ରସେନ ଭୋଇଙ୍କ ବାଇବେଲ ପାଠ ଓ ପ୍ରାଧ୍ୟାପକ ଡଃ ସେକ୍ କଲିମୁଲ୍ଲାଙ୍କ ଦ୍ଵାରା କୋରାନ ପାଠ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥଲା। ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ପ୍ରକାଶ କରିଥିଲେ ସମାଜରେ ବାସ କରୁଥିବା ଅବହେଳିତ, ଦୁସ୍ଥ, ନିରାଶ୍ରୟ, ଗରିବ ଖଟିଖିଆ ଶ୍ରମିକ ଓ କୃଷକ ମାନଙ୍କର ସେ ଥିଲେ ଦରଦୀ ବନ୍ଧୁ। ରୋଗ ଶଯ୍ୟାରେ ପଡ଼ିଥିବା ଅସହାୟ ବ୍ୟକ୍ତିଙ୍କର ସେ ଥିଲେ ସହାୟ। ବେଣ୍ଟକାର ମେଡିକାଲର ଉନ୍ନତିକରଣ ମୂଳରେ ତାଙ୍କର ଅବଦାନ ଅଟେ ଅବିସ୍ମରଣୀୟ। ୪୨ମୌଜାର କୋଣ ଅନୁକୋଣରେ ଥିବା ଗରିବ ଆଦିବାସୀ ମାନଙ୍କର ସେ ଥିଲେ ବିପଦର ବନ୍ଧୁ। ଏରଞ୍ଚ ଠାରେ ତାଙ୍କ ଉଦ୍ୟମରେ ଗଠିତ ଗୋପବନ୍ଧୁ ପୌଢ ନିବାସ ଓ ଜ୍ଞାନ ବିଜ୍ଞାନ କେନ୍ଦ୍ର ଆଜି ୪୨ମୌଜାର ଆଦର୍ଶ। ତାଙ୍କର ସମ୍ପୂର୍ଣ୍ଣ ଜୀବନ କାଳ ସମାଜସେବାରେ ବିନିଯୋଗ କରିଥିଲେ ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଣ୍ଡିତ ଯୁଧିଷ୍ଠିର ପତି, ପ୍ରଫୁଲ୍ଲ ମହାପାତ୍ର, ଶ୍ୟାମ ସୁନ୍ଦର ଦାଶ, ଶ୍ୟାମ ସୁନ୍ଦର ପରିଡ଼ା, ମିର୍ଜା ହିମାୟତ ବେଗ୍, ପ୍ରଦୀପ ବିଶ୍ଵାଳ, ନାରାୟଣ ଚନ୍ଦ୍ର ମହାନ୍ତି, ପ୍ରବଚକ ପ୍ରଦୀପ ମହାପାତ୍ର, ଇ° ମନମୋହନ ପତି, ଇ° ଅଶୋକ କୁମାର ବିଶ୍ଵାଳ, ରୁଦ୍ର ନାରାୟଣ ଦାସ, ଚନ୍ଦ୍ରମଣି ଦେବତା, ବଂଶୀଧର ପତି, ପ୍ରକାଶ କୁମାର ଚୌଧୁରୀ, ଜୟକୃଷ୍ଣ ମୁଦୁଲି, ଗୋବିନ୍ଦ ଚନ୍ଦ୍ର ପତି, ଜ୍ୟୋତିରଂଜନ ଦାସ, ଜିଲ୍ଲାପରିଷଦ ପ୍ରତିନିଧି ଅଜୟ ଦଳାଇ, ଜୟକୃଷ୍ଣ ନାୟକ, ରବୀନ୍ଦ୍ର କୁମାର ମହାନ୍ତି, କିଶୋର ବାରିକ, ଯତୀନ୍ଦ୍ର ନାଥ ବେହେରା, ବିଳାସ ଚନ୍ଦ୍ର ବେହେରା, ଶ୍ରଦ୍ଧାକାନ୍ତ ମହାନ୍ତି, ସୁଜନ ମହାନ୍ତି, ଭାସ୍କର ଦାସ, ସୁବୋଧ କାନ୍ତ ମହାନ୍ତି, ବିକାଶ ପରିଷଦ ଉପଦେଷ୍ଟା, ପ୍ରମୋଦ ମହାପାତ୍ର, କୋଷାଧ୍ୟକ୍ଷ ଭଜକୃଷ୍ନ୍ ଲେଙ୍କା, ସଂଯୋଜକ ନିକୁଞ୍ଜ କୁମାର ସ୍ୱାଇଁ, ମହାଭୋଇ କୂଳ ସଭାପତି ବାବାଜୀ ଭୋଇ, ସଦାନନ୍ଦ ଭୋଇ, ପ୍ରଫୁଲ୍ଲ ଭୋଇ, ବସନ୍ତ ଭୋଇ, ଯତୀନ୍ଦ୍ର ନାଥ ବେହେରା ଓ ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ୪୨ ମୌଜା ଶାନ୍ତି କମିଟିର ସଭାପତି ଶରତ ଚନ୍ଦ୍ର ରାୟ ଉପସ୍ଥିତ ସମସ୍ତ ଅତିଥିଙ୍କୁ ସାଧୁବାଦ ଜଣାଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.