‘ମଣିଷକୁ ସୃଜନଶୀଳ କରେ ବର୍ଷା’

ସିନାପାଲିରେ “ବର୍ଷା” କବିତା ଆସର

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ଗଙ୍ଗାଧର ସାରସ୍ୱତ ସମିତି ଆନୁକୂଲ୍ୟରେ ସ୍ଥାନୀୟ ସ୍ୱର ସଙ୍ଗମ କଳା ପରିଷଦର ସଭାଗୃହରେ “ବର୍ଷା” ଶୀର୍ଷକରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ଯୁବ ଲେଖକ ବୈଷ୍ଣବ ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଆସରରେ ବରିଷ୍ଠ କବି ଚିନ୍ତାମଣି ସାହୁ, ସ୍ତମ୍ଭକାର ରବିଂଦ୍ରନାଥ ଯୋଷୀ, ସଂଙ୍ଗୀତଜ୍ଞ ତ୍ରିନାଥ ମେହେର ମଂଚାସୀନ ଥିଲେ । ପ୍ରାରମ୍ଭରେ ଯୁବକବି ପ୍ରଦ୍ଯୁମ୍ନ କୁମାର ସିଂହ ଚିନ୍ଦା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବିଦ୍ଯାର ଅଧିଷ୍ଠାତ୍ରୀ ଦେବୀ ସରସ୍ୱତୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଚୂଡ଼ାମଣି ମେହେର ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଏହା ପରେ ଅଧ୍ଯାପକ କବି ଧ୍ରୁବଚରଣ ପଧାନଙ୍କ ସଂଯୋଜନାରେ ଉପସ୍ଥିତ କବିଗଣ ବର୍ଷା ଶୀର୍ଷକରେ ସ୍ୱଲିଖିତ କବିତା ପାଠ କରିଥିଲେ । ଆସରରେ ବରିଷ୍ଠ କବି ମହେଂଦ୍ର ସୁନାନୀ, ବିଜୟ କୁମାର ଯୋଷୀ, ମୁରଲୀଧର ସା, ପରେଶନାଥ ପାଣିଗ୍ରାହୀ, ମୋହନ ଚରଣ ଦାସ, ଚିନ୍ତାମଣି ହଂସ, ତରୁଣ କୁମାର ମେହେର, ପ୍ରଦ୍ଯୁମ୍ନ ସିଂହ ଚିନ୍ଦା, ଲୋଚନ ମେହେର, ହରେକ୍ରୁଷ୍ଣ ମେହେର, ନୀଲାଂଚଳ ମେହେର, ଭ୍ରମରବର ବାଗ, ଚୂଡ଼ାମଣି ମେହେର, ନିକୁଞ୍ଜବିହାରୀ ସା, ବଂଶୀଧର ଜଗତ, ମନୋଜ ମହାନନ୍ଦ, ରୂପେଶ ମେହେର, ପିଣ୍ଟୁ ଖଣ୍ତାୟତ ପ୍ରମୁଖ କବିତା ଆବ୍ରୁତ୍ତି ସହ ସାରସ୍ୱତ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ କବି ଲୋଚନ ମେହେର ସମସ୍ତଙ୍କୁ ଧନ୍ଯବାଦ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.