କେସିଙ୍ଗା ମଦଭାଟି ନିକଟରୁ ଶବ ଉଦ୍ଧାର ଘଟଣା: ହତ୍ୟା ଅଭିଯୋଗରେ ଅଭିଯୁକ୍ତ ପୁତୁରାକୁ କୋର୍ଟ ଚାଲାଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କେସିଙ୍ଗା ମଶାଣିମୁଣ୍ଡା ମଦଭାଟି ନିକଟରୁ ଗତ ୧୫ ତାରିଖ ଦିନ କେସିଙ୍ଗା ସହରର ଭୂଷଣ ପ୍ରସାଦ କଶ୍ୟପ (୫୭) ଙ୍କ ମୃତଦେହ ଗଳିତ ଅବସ୍ଥାରେ ପୁଲିସ ଉଦ୍ଧାର କରିଥିଲା। ଯାହାକୁ ନେଇ ଭୁଷଣ କଶ୍ୟପଙ୍କ ପରିବାର ପକ୍ଷରୁ କେସିଙ୍ଗା ଥାନା ରେ ହତ୍ୟା ଅଭିଯୋଗ ଅଣାଯାଇଥିଲା। ପୁଲିସ ଏନେଇ ଏକ ମାମଲା ଦାୟର କରିବା ସହ ମୃତ ଭୁଷଣଙ୍କ ଭାଇ ରତନ କଶ୍ୟପ ଓ ରତନଙ୍କ ଦୁଇ ପୁଅକୁ ଥାନାକୁ ଆଣି ପଚରାଉଚରା କରିଥିଲା। ପୁଲିସର ତଦନ୍ତରେ ରତନର ସାନ ପୁଅ ଦୈ।ଳତ ପ୍ରସାଦ କଶ୍ୟପ (୨୬) କାକା ଭୁଷଣଙ୍କୁ ମାରି ଦେଇଥିବା ସ୍ବୀକାର କରିଥିଲା ବୋଲି ଆଇଆଇସି ସତ୍ୟ କୁମାର ନନ୍ଦ ପ୍ରକାଶ କରିଛନ୍ତି। ହତ୍ୟା ଅଭିଯୋଗରେ ପୁତୁରା ଦୈ।ଳତକୁ ଗିରଫ କରାଯାଇ ୩୦୨,୨୦୧ ଦଫା ଅନୁସାରେ ଶନିବାର ଦିନ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇ ଆଇ ସି ଶ୍ରୀ ନନ୍ଦ ସୂଚନା ଦେବା ସହ ଆହୁରି ଅଧିକ ତଦନ୍ତ ଚାଲିଛି ବୋଲି କହିଛନ୍ତି। ତେବେ କେଉଁ କାରଣକୁ ନେଇ ଭୁଷଣଙ୍କୁ ନିଜ ପୁତୁରା ହତ୍ୟା କରିଛି ସେ ବିଷୟରେ ପୁଲିସ କିଛି କହିନଥିବା ବେଳେ ପାରିବାରିକ ଜମି ସମ୍ପତ୍ତିକୁ ନେଇ ପୂର୍ବରୁ ଏମାନଙ୍କ ଭିତରେ ମତାନ୍ତର ରହିଥିଲା ବୋଲି ସହରରେ ଶୁଣିବାକୁ ମିଳୁଛି। ପୁଲିସର କହିବା ଅନୁଯାୟୀ, ଗତ ୧୨ ତାରିଖ ଦିନ ରାତିରେ ଭୁଷଣ କଶ୍ୟପ ମଦ୍ୟପାନ ଅବସ୍ଥାରେ ଭାଟି ଅଞ୍ଚଳରେ ଥିବା ସମୟରେ ପୁତୁରା ଦୈ।ଳତ କଶ୍ୟପଙ୍କ ମଧ୍ୟରେ ହଠାତ୍ ଦେଖା ହୋଇଥିଲା। ଯାହାକି ଦୁହିଁଙ୍କ ଦେଖାଦେଖି ଭିତରେ ହଠାତ ଗାଳିଗୁଲଜ ହୋଇଥିଲା ଓ ଧସ୍ତାଧସ୍ତି ହେବା ଫଳରେ ଭୁଷଣ ତଳେ ପଡିଯାଇ ପାଖରେ ଥିବା ନାଳ ଭିତରକୁ ପଶିଯାଇଥିଲେ। ଏତିକିରେ ଦୈ।ଳତଙ୍କ ମନ ଶାନ୍ତି ପଡ଼ିନଥିଲା ରାଗିଯାଇ ଆହୁରି ଭୁଷଣଙ୍କ ମୁହଁରେ ଏକ ଇଟା ଦ୍ବାରା ଆକ୍ରମଣ କରିବା ସହ ଗଳାରେ ଠିଆ ହୋଇଥିଲା। ଫଳରେ ଭୁଷଣ ଅଚେତ ହୋଇ ପଡ଼ିଥିଲେ ଓ ପରେ ମୃତ୍ୟୁ ହୋଇଯାଇଥିଲା ବୋଲି ପୁଲିସ ତଦନ୍ତରୁ ପ୍ରକାଶ।

Omkar Vasthu
Omkar Vasthu

ସୂଚନାଯୋଗ୍ୟ ଯେ, ଗତ ୧୨ ତାରିଖ ରାତିରୁ ଭୁଷଣ ନିଖୋଜ ହୋଇଥିବା ବେଳେ ତାଙ୍କ ପରିବାର ତରଫରୁ ୧୪ ତାରିଖ ଦିନ ଥାନାରେ ନିଖୋଜ ଘଟଣାକୁ ନେଇ ଲିଖିତ ଅଭିଯୋଗ ଦିଆଯାଇଥିଲା। ତେବେ ୧୫ ତାରିଖ ଦିନ ମଶାଣିମୁଣ୍ଡା ସ୍ଥିତ ଦେଶୀ ମଦ ଭାଟି ନିକଟରେ ଥିବା ଏକ ନାଳରୁ ତାଙ୍କର ଶବ ପଡ଼ିଥିବା ଜଣାପଡିଥିଲା। କେସିଙ୍ଗା ପୁଲିସ ଖବର ପାଇ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର, ଆଇଆଇସି ସତ୍ୟ କୁମାର ନନ୍ଦ, ଅତିରିକ୍ତ ଆଇଆଇସି ମମତା ହେମ୍ରମ ପ୍ରମୁଖ ମୃତ ଦେହ ପଡ଼ିଥିବା ସ୍ଥାନକୁ ଯାଇ ତଦନ୍ତ କରିବା ସହ ଶବ ଟିକୁ ଜବତ କରିଥିଲେ। ଭୁଷଣ ପ୍ରସାଦ କଶ୍ୟପଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି କରିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଅପରପକ୍ଷରେ ମୃତ ଭୁଷଣ କଶ୍ୟପଙ୍କ ସ୍ତ୍ରୀ ଓ ଝିଅ ହତ୍ୟା ଘଟଣାରେ ଅନ୍ୟ ମାନଙ୍କ ହାତ ରହିଥିବା ନେଇ ଅଭିଯୋଗ କରୁଛନ୍ତି। ଯାହାକି କେତେକ ଗଣମାଧ୍ୟମ ସାମ୍ନାରେ ସହରର ୨ ଜଣ ଜଣାଶୁଣା ବ୍ୟକ୍ତି ଙ୍କ ନାମ ସାମ୍ନାକୁ ଆଣୁଥିବା ବେଳେ ତାହା ସୋସିଆଲ ମିଡିଆରେ ଘୁରି ବୁଲୁଛି। ଗଣମାଧ୍ୟମ ସାମ୍ନାରେ ଆଣୁଥିବା ଅଭିଯୋଗର ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବିଷୟକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଘଟଣାରେ ପୁଲିସ ଆହୁରି କେଉଁ ପ୍ରକାର ତଦନ୍ତ କରୁଛି ତାହା ଦେଖିବାକୁ ବାକି ରହିଲା।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.