ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ପ୍ରସନ୍ନ କୁମାର ଦାସଙ୍କ ବଦଳି ନିର୍ଦେଶ ଜାରି ହୋଇଛି। କଳାହାଣ୍ଡି ଜିଲ୍ଲାର ୧୪୧ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବଦଳି ତାଲିକା ଜିଲ୍ଲାପାଳଙ୍କ ଦ୍ଵାରା ଜାରି ହୋଇଥିବା ବେଳେ ଏଥିରେ ଲାଞ୍ଜିଗଡରୋଡ଼ ପଞ୍ଚାୟତର ପଞ୍ଚାୟତ ନିର୍ବାହୀଅଧିକାରୀ ପ୍ରସନ୍ନ କୁମାର ଦାସଙ୍କ ନାଁ ମଧ୍ୟ ରହିଛି। ତାଙ୍କ ବଦଳି ନିର୍ଦେଶ ଜାରି ହେବା ପରେ ଆଜି ତାଙ୍କୁ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଲାଞ୍ଜିଗଡ଼ ସରପଞ୍ଚ ସୁଶ୍ରୀ ମମତା ଶବର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଅତିଥି ଭାବେ ନିଜେ ପ୍ରସନ୍ନ କୁମାର ଦାସ ଉପସ୍ଥିତ ରହି ଥିବା ବେଳେ ସମିତି ସଦସ୍ୟା ମୁକ୍ତା ଭୋଇ, ବିଶିଷ୍ଟ ସମାଜସେବୀ ଚନ୍ଦ୍ରଶେଖର ମହାପାତ୍ର, ଯୁବ ସମାଜସେବୀ ନିଲେଶ କୁମାର ନାଗ, ଲାଞ୍ଜିଗଡ଼ ବ୍ଲକ ଗାଁ ସାଥି ସଂଘ ଉପ ସଭାପତି ସୁଶାନ୍ତ ଚନ୍ଦନଙ୍କ ସମେତ ସମସ୍ତ ୱାର୍ଡ଼ ସଭ୍ୟ/ ସଭ୍ୟା ଏବଂ ପଞ୍ଚାୟତ କତୃପକ୍ଷ ସମସ୍ତ କର୍ମଚାରୀ ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହିଥିଲେ। ଏହି ଅବସରରେ ପଞ୍ଚାୟତ ନିର୍ବାହୀଅଧିକାରୀ ଶ୍ରୀ ଦାସଙ୍କ ବିଭିନ୍ନ କାର୍ଯ୍ୟକଳାପର ଏବଂ ଅଞ୍ଚଳରର ବିକାଶ କାର୍ଯ୍ୟରେ ତାଙ୍କର ଯୋଗଦାନକୁ ନେଇ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଶ୍ରୀ ଦାସଙ୍କ କାର୍ଯ୍ୟ କୁଶଳତା ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହିତ ତାଙ୍କ ଆଗାମୀ ଚାକିରି ଜୀବନ ସମ୍ପର୍କରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତର କର୍ମକର୍ତ୍ତା ଏବଂ ସ୍ଥାନୀୟ ଜନସାଧାରଣ। ଆଜି ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବକୁ ଯୋଗାଣ ସହାୟକ ନାରାୟଣ ପ୍ରସାଦ ନାୟକ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ କାନା ନାଗ।