ଗଣମାଧ୍ୟମ ଆତ୍ମନିରୀକ୍ଷଣ କରିବାର ଆବଶ୍ୟକତା ରହିଛି -କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: “ୟେ ଆକାଶବାଣୀ ହୈ’- ଏହି ଅମର ଶବ୍ଦ ଗୁଡ଼ିକୁ ସବୁ ଭାରତୀୟ ଚିହ୍ନଟ କରି ପାରିବେ । ଆଜି ଆକାଶବାଣୀ ଭବନର ରଙ୍ଗ ଭବନ ସଭା ଗୃହରେ ଏହା ପୁନଃ ଗୁଞ୍ଜରିତ ହୋଇ ଉଠିଥିଲା, ଯେତେବେଳେ କେନ୍ଦ୍ର ମନ୍ତ୍ରୀ  ଅନୁରାଗ ଠାକୁର ଲୋକ ମାନଙ୍କ ଉଦ୍ଦେଶ୍ୟରେ ଏହାକୁ ଦୋହରାଇଥିଲେ । ଏହି ଭଳି ପ୍ରାରମ୍ଭିକ ଶବ୍ଦ ଗୁଡିକ ଆଜି ଜାତୀୟ ପ୍ରସାରଣ ଦିବସ, ଯେଉଁ ଦିନ ଅଲ୍ ଇଣ୍ଡିଆ ରେଡିଓ ନିଜର ଯାତ୍ରା ଆରମ୍ଭ କରିଥିଲା ତାହାକୁ ସ୍ମରଣ କରାଇଥିଲା । ୧୯୨୭ରେ ଆକାଶବାଣୀ ଏହି ଦୀର୍ଘ ଓ ଚମତ୍କାର ଯାତ୍ରା ଆରମ୍ଭ କରିଥିଲା ।

Omkar Vasthu
Omkar Vasthu

ଉପସ୍ଥିତ ଶ୍ରୋତା ମାନଙ୍କୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର କହିଥିଲେ ଯେ, ଯେତେବେଳେ କିଛି ଲୋକ ଅନୁମାନ କରିଥିଲେ, ଟେଲିଭିଜନ୍ ଏବଂ ଏହା ପରେ ଇଂଟରନେଟ୍ ଆସିବା ପରେ ରେଡିଓର ଅସ୍ତିତ୍ୱ ବିପଦରେ ପଡି ଯିବ, ସେତେବେଳେ ରେଡିଓ ନିଜର ଦର୍ଶକ ମାନଙ୍କୁ ଚିହ୍ନଟ କରି ନେଇଛି ଏବଂ ଏହାର ପ୍ରାସଙ୍ଗିକତା ଓ ବିଶ୍ୱସନୀୟତାକୁ ମଧ୍ୟ ବଜାୟ ରଖି ପାରିଛି । ସେ ଆହୁରି ମଧ୍ୟ କହିଥିଲେ ଯେ, ଆଜି, ଯେତେବେଳେ ଲୋକମାନେ ନିଷ୍ପକ୍ଷ ସମାଚାର ଶୁଣିବାକୁ ଚାହୁଁଛନ୍ତି, ସ୍ୱାଭାବିକ ଭାବରେ ଆକାଶବାଣୀ ଏବଂ ଦୂରଦର୍ଶନର ଖବର ଶୁଣୁଛନ୍ତି । ସେ କହିଥିଲେ ଯେ, ଦେଶର ୯୨ ପ୍ରତିଶତ ଭୌଗୋଳିକ କ୍ଷେତ୍ର ଏବଂ ୯୯ ପ୍ରତିଶତରୁ ଅଧିକ ଲୋକ ଆକାଶବାଣୀର ପରିସରଭୁକ୍ତ ଅଟନ୍ତି, ଯାହା ଏକ ପ୍ରଶଂସନୀୟ ଉପଲବ୍ଧି ଅଟେ । ଏକ ମଂଚ ଭାବରେ ରେଡିଓର ମହତ୍ୱ ସମ୍ପର୍କରେ କହିବା ସମୟରେ ଶ୍ରୀ ଠାକୁର କହିଥିଲେ ଯେ, ଅନେକ ପ୍ରଧାନମନ୍ତ୍ରୀ ଆସିଛନ୍ତି, କିନ୍ତୁ କୌଣସି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ରେଡିଓର ମୂଲ୍ୟକୁ ଦେଖି ନାହାନ୍ତି, ଯିଏକି ଏହାକୁ ତାଙ୍କର ମାସିକ ମନ୍ କି ବାତ୍ କାର୍ଯ୍ୟକ୍ରମ ନିମନ୍ତେ ବ୍ୟବହାର କରି ସାରା ଦେଶର ଲୋକ ମାନଙ୍କ ସହିତ ସିଧାସଳଖ ଯୋଡି ହୋଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna

ମନ୍ତ୍ରୀ ଗଣମାଧ୍ୟମକୁ ସତର୍କ କରାଇ ଦେଇଥିଲେ ଏବଂ କହିଥିଲେ ଯେ, ଯଦି କୌଣସି ସ୍ଥାନରେ ‘ମିଡିଆ ଟ୍ରାୟାଲ୍ସ୍‌’ (ଗଣମାଧ୍ୟମ ଦ୍ୱାରା ବିଚାର) ନାମରେ ଘରୋଇ ଗଣମାଧ୍ୟମ ଗୁଡିକ ସମ୍ପର୍କରେ ଭୁଲ୍ ଧାରଣା ସୃଷ୍ଟି କରା ଯାଉଛି, ତେବେ ଆମକୁ ନିଜର କାର୍ଯ୍ୟ ସମ୍ପର୍କରେ ଆତ୍ମନିରୀକ୍ଷଣ କରିବାର ଆବଶ୍ୟକତା ରହିଛି ।

Udyog Nursery
Udyogi Nursery

ଆଜାଦୀର ଅମୃତ ମହୋତ୍ସବର ସାରକଥାକୁ ପ୍ରଦାନ କରିବା କ୍ଷେତ୍ରରେ ଦୁଇ ସଂସ୍ଥା ଅଲ୍ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନର ଭୂମିକାକୁ ଶ୍ରେୟ ଦେଇ ମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ସ୍ୱାଧୀନତା ପରେ ଶିକ୍ଷା ପ୍ରଣାଳୀରେ ଅନେକ ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଭୂମିକାକୁ ଉଲ୍ଲେଖ କରା ଯାଇ ନଥିଲା, ସେତେବେଳେ ରେଡିଓ ଏବଂ ଦୂରଦର୍ଶନ ସେମାନଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରି ଦେଶର ଦୂର ଦୂରାନ୍ତ ଅଂଚଳର କୋଣ ଅନୁକୋଣରୁ ପାଂଚ ଶହରୁ ଅଧିକ ଅଜ୍ଞାତ ନାୟକ ମାନଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରିଥିଲେ ଏବଂ ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କର ଅବଦାନ ସମ୍ପର୍କରେ ପ୍ରସାରଣ କରି ଏହି ଖୁସିକୁ ପାଳନ କରିବା ନିମନ୍ତେ ଏହାକୁ ଦେଶ ଆଗରେ ଉପସ୍ଥାପିତ କରିଥିଲେ । ମନ୍ତ୍ରୀ ଏହି ଦୁଇଟି ଏଜେନ୍ସି ଗୁଡିକ ନିମନ୍ତେ ବିଷୟ ବସ୍ତୁର ମହତ୍ୱକୁ ରେଖାଙ୍କିତ କରିଥିଲେ ଏବଂ କହିଥିଲେ ଯେ, ଏହା କେବଳ ସେହି ବିଷୟ ବସ୍ତୁ ଥିଲା, ଯାହା ଲୋକ ମାନଙ୍କୁ ଚ୍ୟାନେଲ୍ ଆଡକୁ ଆକର୍ଷିତ କରିଥିଲା । ଏବଂ ଲୋକମାନଙ୍କ ନିକଟରେ ପହଂଚିବା ପାଇଁ ଯେତେ ପରିମାଣର ଟାୱାର ସ୍ଥାପନ କରାଗଲେ ମଧ୍ୟ ତାହା ବିଷୟବସ୍ତୁର ମହତ୍ୱ ସହିତ ମେଳ ଖାଇ ପାରିବ ନାହିଁ । ସେ ଆହୁରି ମଧ୍ୟ ଆଶା ବ୍ୟକ୍ତ କରିଥିଲେ ଯେ, ଡିଜିଟାଲ୍ ଯୁଗରେ ରେଡିଓ ଲୋକ ମାନଙ୍କ ମଧ୍ୟରେ ନିଜର ଉପସ୍ଥିତିକୁ ସୁଦୃଢ଼ କରିବାକୁ ଯାଉଛି ।

ମନ୍ତ୍ରୀ ଦୂରଦର୍ଶନରେ ପ୍ରସାରିତ ହେବାକୁ ଯାଉଥିବା ନୂତନ ଧାରାବାହିକ ଗୁଡିକର ପ୍ରମୋକୁ ଜାରି କରିଥିଲେ – କର୍ପୋରେଟ୍ ସରପଂଚ: ବେଟୀ ଦେଶ୍ କି, ଜୟ ଭାରତୀ, ସୁରୋ କା ଏକଲବ୍ୟ ଏବଂ ୟେ ଦିଲ୍ ମାଙ୍ଗେ ମୋର୍ ସହିତ ଷ୍ଟାର୍ଟଅପ୍ ଚାମ୍ପିୟନ୍ ୨.୦ର ପ୍ରମୋ ଇତ୍ୟାଦି । ସୂଚନା ଏବଂ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡଃ ଏଲ୍ ମୁରୁଗାନ୍ ଜାତୀୟ ପ୍ରସାରଣ ଦିବସ ଅବସରରେ ଦର୍ଶକ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଏହି ଅବସରରେ ଡଃ ମୁରୁଗାନ୍ ସ୍ୱାଧୀନତା ସଂଗ୍ରାମ ସମୟରେ ରେଡିଓ ଦ୍ୱାରା ନିର୍ବାହ କରା ଯାଇଥିବା ମହତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ, ସେ କହିଥିଲେ ଯେ, ସେହି ସମୟରେ ଅନେକ ସ୍ୱାଧୀନତା ସଂଗ୍ରାମୀ ଏହାକୁ ବ୍ରିଟିଶ୍ ସାମ୍ରାଜ୍ୟବାଦୀ ସରକାରଙ୍କ ବିରୁଦ୍ଧରେ ଯୋଗାଯୋଗ ନିମନ୍ତେ ଏକ ଉପକରଣ ଭାବରେ ବ୍ୟବହାର କରିଥିଲେ । ସେ ଦେଶର ଦୂର – ଦୂରାନ୍ତର କୋଣ ଅନୁକୋଣକୁ ଯୋଡିବା ନିମନ୍ତେ ରେଡିଓ ଦ୍ୱାରା ଯେଉଁ ଭୂମିକା ନିର୍ବାହ କରା ଯାଉଛି ତା’ର ପ୍ରଶଂସା କରିଥିଲେ ଏବଂ ପ୍ରସାର ଭାରତୀକୁ ବିଶ୍ୱର ସବୁଠାରୁ ବଡ ସାର୍ବଜନିକ ବେତାର ପ୍ରସାରକ ହେବା ନେଇ ମଧ୍ୟ ସେ ଗର୍ବ ବ୍ୟକ୍ତ କରିଥିଲେ ।

ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ, ଶ୍ରୀ ମୟଙ୍କ ଅଗ୍ରୱାଲ୍ ଟେଲିଭିଜନ୍ ଏବଂ ରେଡିଓ ଭଳି ଦୁଇଟି ମାଧ୍ୟମର ମହତ୍ୱକୁ ରେଖାଙ୍କିତ କରିଥିଲେ ଏବଂ କହିଥିଲେ ଯେ ଏହି ମଂଚ ଗୁଡ଼ିକରେ ସମାଚାର ବିଷୟ ବସ୍ତୁ ଘରୋଇ ଗଣମାଧ୍ୟମର ବିଶ୍ୱସନୀୟତା ଅପେକ୍ଷା ଉତମ ପ୍ରଦର୍ଶନ କରିଛି ଏବଂ ଏହା ବିଭିନ୍ନ ସର୍ବେକ୍ଷଣ ଗୁଡିକ ଦ୍ୱାରା ସାମନାକୁ ଅଣା ଯାଇଛି । ଏହି ଅବସରରେ ଆକାଶବାଣୀର ମହାନିର୍ଦ୍ଦେଶକ ଶ୍ରୀ ଏନ୍ ବେଣୁଧର ରେଡ୍ଡୀ, ପ୍ରସାର ଭାରତୀ, ଦୂରଦର୍ଶନ ଏବଂ ଆକାଶବାଣୀର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.