ବିଦ୍ୟାଳୟର ମାଟ୍ରିକ ଟପ୍ପର ହେଲେ ଶିତାଶୁଂ ଶେଖର ମେହେର ଓ ଯୁକ୍ତ ଦୁଇ ଟପ୍ପର ପୂଜା ମାଝୀ
ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ଶିକ୍ଷା ବର୍ଷ ୨୦୨୧-୨୨ ର ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ସିନାପାଲି ଅନ୍ତର୍ଗତ ଟିମନପୁର ଆଦର୍ଶ ବିଦ୍ୟାଳୟର ମାଟ୍ରିକ ପରୀକ୍ଷା ଫଳ ଶତ ପ୍ରତିଶତ ଆସିଥିବା ଜଣାପଡ଼ିଛି। ଏଥିରେ ବିଦ୍ୟାଳୟର ଛାତ୍ର ସୀତାଶୁଂ ଶେଖର ମେହେର ୯୬ ପ୍ରତିଶତ ହାସଲ କରି ବିଦ୍ୟାଳୟରେ ଟପ୍ପର ହୋଇଛନ୍ତି। ମୋଟ ୬୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୫ ଜଣ ୯୦ ପ୍ରତିଶତ ନମ୍ବର୍ ରଖିଥିବା ବେଳେ ୪୧ ଜଣ ୬୦ ପ୍ରତିଶତ, ୨୬ ଜଣ ୭୦ ପ୍ରତିଶତ ଓ ୧୩ ଜଣ ୮୦ ପ୍ରତିଶତ ଉପରେ ଅଛନ୍ତି। ସେହିପରି ଯୁକ୍ତ ଦୁଇ ପରୀକ୍ଷା ଫଳ ରେ ପୂଜା ମାଝୀ ୮୪.୬୭ ପ୍ରତିଶତ ହାସଲ କରି ବିଦ୍ୟାଳୟରେ ଟପ୍ପର ହୋଇପାରିଛନ୍ତ। ପୁଣି ୧୨ଜଣ ଛାତ୍ରଛାତ୍ରୀ ୬୦ ପ୍ରତିଶତ ନମ୍ବର ରଖିପାରିଥିବା ଜଣାପଡ଼ିଛି।