ଅଚ୍ୟୁତାନନ୍ଦ ହାଇସ୍କୁଲରେ ବ୍ଲକ ସ୍ତରୀୟ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାେରାହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ, ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ କଲମପୁର, ସିଦ୍ଧି ବିନାୟକ ଚାରିଟେବଲ ଟ୍ରଷ୍ଟ ଧର୍ମଗଡ, ସ୍ବାଗତ ଲାଇବ୍ରେରି ଜୁନାଗଡ ଓ ଦଣ୍ଡପାଟ ଯୁବ ସେବା ସଂଗଠନ ବେହେରାର ମିଳିତ ଆନୁକୂଲ୍ୟରେ କଲମପୁର ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟର ମେଧାବୀ ବିଦ୍ୟାର୍ଥୀ ମାନଙ୍କୁ ନେଇ “ବ୍ଲକ ସ୍ତରୀୟ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାେରାହ ୨୦୨୨” ଅଚ୍ୟୁତାନନ୍ଦ ଉଚ୍ଚ ବିଦ୍ୟାଳୟ ଧନପୁର ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାକର ଲହଜଲଙ୍କ ଅଧ୍ୟକ୍ଷତାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କଲମପୁର ପ୍ରସନ୍ନ କୁମାର ପଟେଲ ମୂଖ୍ଯ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ଯତରେ ଉତ୍ତମ ନାଗରିକ ଭାବରେ ନିଜକୁ ଗଢ଼ିବା ପାଇଁ ପରାର୍ମଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବରେ ତହସିଲଦାର କଲମପୁର କରିଶ୍ମା ବେଶ୍ରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କଲମପୁର ଗୌରାଙ୍ଗ କୁମାର ବିଶ୍ବାସ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ପ୍ରିୟ ରଞ୍ଜନ ମାଝୀ, ସଂଗଠନ ସଭାପତି ବିରଜା ପ୍ରସାଦ ପଣ୍ଡା, ସଂଗଠନ ଜିଲ୍ଲା ସଂଯୋଜକ ବସନ୍ତ ନାଏକ ପ୍ରମୂଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ଯତ କାମନା କରିଥିଲେ। କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ଅନିଲ କୁମାର ମାଝୀ ପରିଚାଳନା କରିଥିବା ବେଳେ ସଂସ୍କୃତ ଶିକ୍ଷକ ବ୍ରଜକିଶୋର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂଗଠନ ସମ୍ପାଦକ ଅବିନାଶ ମୁଣ୍ଡ ଲକ୍ଷ୍ଯ ଓ ଉଦ୍ଦେଶ୍ଯ ଜ୍ଞାପନ କରିଥିବା ବେଳେ ପୁରସ୍କାର ବିତରଣ ଉତ୍ସବକୁ ପ୍ରେମଲାଲ ପଣ୍ଡା, ସନ୍ତୋଷ କୁମାର ମାଝୀ, ପ୍ରଶାନ୍ତ କୁମାର ମାଝୀ ପରିଚାଳନା କରିଥିଲେ। ପ୍ରାରମ୍ଭରେ ବିଦ୍ୟାଳୟ ଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ କଲମପୁର ବ୍ଲକର ସମସ୍ତ ବିଦ୍ୟାଳୟର ୧୧ଜଣ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର, ଟ୍ରଫି ଓ ପୁରସ୍କାର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା। ଚଳିତ ବର୍ଷ କଲମପୁର ଆଦର୍ଶ ବିଦ୍ୟାଳୟରେ ଦଶମ ଶ୍ରେଣୀ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ମାର୍କ ପାଇଥିବା ପ୍ରନିତ କୌଶିକ ଠାକୁର ଓ ବର୍ଷା କୁମାରଙ୍କୁ ସ୍ବତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା। ପରିଶେଷରେ ବିଜ୍ଞାନ ଶିକ୍ଷକ ସୂର୍ଯ୍ୟନାରାୟଣ ଖଡଙ୍ଗା ଧନ୍ଯବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.