ସିନାପାଲି ଉଚ୍ଚ ବିଦ୍ୟାଳୟରେ ଆର୍ଟ ଗ୍ୟାଲେରୀ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ସିନାପାଲି ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଆର୍ଟ ଗ୍ଯାଲେରୀ ସହ ଛାତ୍ରଛାତ୍ରୀଙ୍କ ପାଇଁ ଉପାଦେୟ ନିଉଜ୍ କର୍ନର ଓ ପ୍ରାଚୀର ପତ୍ରିକା “ମୃଣାଳିନୀ”ର ଉଦଘାଟନ ହୋଇଛି। ପ୍ରଧାନ ଶିକ୍ଷକ ଲଳିତ କୁମାର ସୁନାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକ ତୁଳସୀରାମ ମେହେର ଏବଂ ସମ୍ମାନିତ ଅତିଥି ଭାବରେ ବିଦ୍ଯାଳୟ ପରିଚାଳନା ସମିତି ସଭାପତି କିଶୋର ଚନ୍ଦ୍ର କୁମାର, ମୋ ସ୍କୁଲ ଅଭିଯାନ କମିଟି ସଂପାଦକ ତରୁଣ କୁମାର ମେହେର, ସମିତି ସଭ୍ୟ ମନିଷ ପଟେଲ ଯୋଗ ଦେଇ ଥିଲେ । ପ୍ରାରମ୍ଭରେ ଶିକ୍ଷକ ମନୋରଞ୍ଜନ ମେହେର ସମସ୍ତଙ୍କୁ ସ୍ବାଗତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ପୁସ୍ତକଗତ ଜ୍ଞାନ ସହ ବାହ୍ଯ ଜ୍ଞାନ ଉପରେ ଛାତ୍ରଛାତ୍ରୀମାନେ ଆଗ୍ରହ ପ୍ରକାଶ କରିବା ଆବଶ୍ଯକ ବୋଲି ଆତିଥିମାନେ ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୂପେଶ ଚନ୍ଦ୍ର ମେହେର, ମଧୁ ମାଝୀ, ପ୍ରବୀଣା ମଙ୍ଗରାଜ, ଯାଜ୍ଞସେନୀ ମାଝୀ, ମହେନ୍ଦ୍ର ନାଏକ ପ୍ରମୁଖ ଯୋଗ ଦେଇଥିବା ବେଳେ କାର୍ଯ୍ଯକ୍ରମ ସଫଳତାରେ ବିଦ୍ଯାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ କମଲଜିତ ବୈକାର ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.