ଆରସିଏମ୍ଏସ୍ ଗୋଦାମରୁ ୟୁରିଆ ସାର ଚୋରି ଉଦ୍ୟମ ପଣ୍ଡ

ଲିଖିତ ଅଭିଯୋଗ ପରେ କେସିଙ୍ଗା ଥାନାରେ ମାମଲା ରୁଜୁ

ପିକଅପ୍ ଭ୍ୟାନ ଜବତ୍, ପୋଲିସର ତଦନ୍ତ ଜାରି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କେସିଙ୍ଗା ସ୍ଥିତ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି (ଆରସିଏମଏସ) ଗୋଦାମରୁ ରାତିରେ ଓଆର ୨୬/୪୦୫୯ ନମ୍ବର ବିଶିଷ୍ଟ ଏକ ୨୦୭ ପିକ୍ ଅପ୍ ଭ୍ୟାନରେ ୪୨ ବସ୍ତା ୟୁରିଆ ସାର ଚୋରି କରିନେବା ପାଇଁ ଉଦ୍ୟମ କରିଥିଲେ। ହେଲେ ଗାଡ଼ିରେ ଲୋଡ୍ କରି ଗୋଦାମ ପରିସରରୁ ବାହାରିଲା ବେଳକୁ ଗାଡ଼ିଟି ଗୋଟିଏ ଖାଲ ଭିତରେ ଦବି ଯିବା ଫଳରେ ଗାଡିଟି ବାହାରି ପାରିନଥିଲା। ଫଳରେ ଦୁର୍ବୃତ୍ତ ମାନେ ଗାଡ଼ି ସହ ସାର ଛାଡି ଫେରାର ହୋଇଯାଇଥିଲେ। ସକାଳୁ ତାହା ଜଣା ପଡ଼ିବା ପରେ ମାର୍କଫେଡ୍ ମ୍ୟାନେଜର କେସିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗକୁ ଭିତ୍ତି କରି କେସିଙ୍ଗା ଥାନା କେଶ୍ ନମ୍ବର ୨୫୯/୨୦୨୨ରେ ମାମଲା ରୁଜୁ କରାଯାଇଥିଲା ଏବଂ ପୋଲିସ ସଂପୃକ୍ତ ପିକ୍ ଅପ୍ ଭ୍ୟାନ କୁ ଜବତ କରି ତାହାର ତଦନ୍ତ ଜାରି ରଖିଛି। ଗାଡ଼ିଟିର ରେଜିଷ୍ଟ୍ରେସନ ନମ୍ବର ଅନୁଯାୟୀ ତାହା ନୁଆପଡା ଜିଲ୍ଲା ଅଞ୍ଚଳର ବୋଲି ପୁଲିସ କହୁଥିବା ବେଳେ ତଦନ୍ତ ଜାରି ରହିଛି ବୋଲି ଏସ୍ଆଇ ଡି ମୋହନ କହିଛନ୍ତି। ସୂଚନାଯୋଗ୍ୟ ଯେ, ଆରସିଏମ୍ଏସ୍ ର ରାତ୍ର ଜଗୁଆଳି ଅନୁପସ୍ଥିତିର ସୁଯୋଗ ନେଇ ଦୁର୍ବୃତ୍ତ ରାତିରେ ଗୋଦାମ ଫାଡି ୪୨ ବସ୍ତା ୟୁରିଆ ଚୋରି କରି ନେଇଯିବା ପାଇଁ ଉଦ୍ୟମ କରିଥିଲେ। କେସିଙ୍ଗା ଥାନାରେ ଏନେଇ ଏକ ଚୋରି ମାମଲା ରୁଜୁ ହୋଇଛି। ତେବେ ପୋଲିସ ଚୋରମାନଙ୍କୁ ଧରିବାରେ ସଫଳ ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.