ନିୟମିତ ଲାଗୁଛି ମାଓ ପୋଷ୍ଟର : ରାସ୍ତାରେ ଖଂଜାହେଇଥିବା ବିସ୍ଫୋରକ ନିଷ୍କ୍ରିୟ କଲା ସ୍କ୍ୱାର୍ଡ଼ ଟିମ୍

କଳାହାଣ୍ଡି ,୨୯/୩ (ହେମନ୍ତ କୁମାର ସାହୁ) : ଓଡ଼ିଶାର କନ୍ଧମାଳ ମାଟିରେ ସହୀଦ ହୋଇଥିବା ବସ୍ତର ମାଟିର ସାହସୀ ଝିଅ ଅଜିତାର ରକ୍ତ ହେବ ନାହିଁ ବ୍ୟର୍ଥ ବୋଲି ଆଜି ମ.ରାମପୁର-ବାଲିଗୁଡ଼ା ଦେଇ ଯାଇଥିବା ଜାତୀୟ ରାଜପଥ ୫୯ ଉର୍ଲାଦାନୀ ନିକଟସ୍ଥ ଜୁରାଖମନ ବଙ୍ଗଳା ପାଖରେ ଏକାଧିକ
ମାଓ ପୋଷ୍ଟର ଓ  ବ୍ୟାନର ଲାଗିଛି । ଏଥିସହିତ ରାସ୍ତାରେ ବିସ୍ଫୋରକ ଖଂଜା ହେଇଥିବା
ଜଣାପଡ଼ିବା ପରେ ସାଇଣ୍ଟିଫିକ୍ ଦଳ ଆସି ବିସ୍ଫୋରକକୁ ନିଷ୍କ୍ରିୟ କରିଥିଲେ ଯାହା
ଫଳରେ ଏକ ବଡ଼ ବିପଦ ଟଳିଥିବା କଥା କହିଛନ୍ତି ମ.ରାମପୁର ଥାନାଧିକାରୀ ରେଣୁକା ସୁନା ।

Omkar Vasthu
Omkar Vasthu

କେବଳ ସେତିକିନୁହେଁ ବାରବନ୍ଧା ପଂଚାୟତ ବେଲଗାଁରେ ମଧ୍ୟ ସମାନ ପୋଷ୍ଟର ସାଧାରଣରେ
ଲୋକଙ୍କୁ ଭୟଭୀତ କରାଇଛି । ଉର୍ଲାଦାନୀଠାରେ ସିଆରପିଏଫ କ୍ୟାମ୍ପ ଥିବାବେଳେ ମାତ୍ର
୩/୪କିଲୋମିଟର ଜୁରାଖମନ ରାସ୍ତା କଡ଼ରେ ମାଓବାଦୀଙ୍କ ଏକାଧିକ ପୋଷ୍ଟର ଲାଗିବା ଏହି
ବିଭାଗର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Pearl dental clinic
Near Ashish Medical Store, Bhawanipatna

ଆଜି ଲାଗିଥିବା ପୋଷ୍ଟରରେ କମ୍ରେଡ଼ ଅଜିତାର ବଳିଦାନ ହେବ ନାହିଁ ବ୍ୟର୍ଥ ,କମ୍ରେଡ଼ ଅଜିତା ତୁମକୁ ଆମେ ଭୁଲିନାହୁଁ , ଭୁଲିବୁ ନାହିଁ, ଶତ୍ରୃ ସହ ପ୍ରତିଆକ୍ର୍ରମଣ କରି ସହୀଦ ସାଥୀ ଅଜିତା
ମୃତ୍ୟୁର ବଦଲା ନିଅନ୍ତୁ ଲେଖାଯାଇଥିବାବେଳେ ଏହି ପୋଷ୍ଟର ବାଘୁନା ଡ଼ିଭିଜନାଲ କମିଟୀ
ସିପିଆଇ(ମାଓବାଦୀ) ତରଫରୁ ଲଗାଯାଇଥିବା ଜଣାଯାଇଛି ।

Udyog Nursery
Udyogi Nursery

ସେପଟେ ସମାନ ପୋଷ୍ଟର ବାରବନ୍ଧା
ବେଲଗାଁ ପାଖରେ ଲାଗିଛି । ଗୋଟିଏ ରାତିରେ ଦୁଇଟି ଆଭ୍ୟନ୍ତରୀଣ ଅଂଚଳରେ ମାଓ ପୋଷ୍ଟର
ମାଓବାଦୀଙ୍କ ତାଜା ଉପସ୍ଥି୍ତିକୁ ଜାହିର କରୁଥିବାବେଳେ ପୋଲିସ କିମ୍ବା ସିଆରପିଏଫ
ବିଭାଗ ତରଫରୁ ମାଓବାଦୀଙ୍କ ପ୍ରତି କୌଣସି ଆଖି ଦୃଶିଆ ପଦକ୍ଷେପ ନେଇ ସାଧାରଣରେ
ସନ୍ଦେହ ସୃଷ୍ଟି କରୁଛି । ଆଜି ଲାଗିଥିବା ପୋଷ୍ଟରରେ ମଧ୍ୟ ସାଧାରଣ ନିର୍ବାଚନ ବର୍ଜନ
ସହ ଆଦିବାସୀଙ୍କ ଉପରେ ଫରେଷ୍ଟର ଦମନ ବନ୍ଦ କରିବା ସହ ଏହି ହାତଲେଖା ପୋଷ୍ଟରରେ
କେ.କେ.ବି.ଏନ୍ ଡ଼ିଭିଜନାଲ କମିଟୀ ବୋଲି ଉଲ୍ଲେଖ ରହିଛି ।

ମିଛଲୋକ ସଭା,ବିଧାନ ସଭା ନିର୍ବାଚନ ବର୍ଜନ କରନ୍ତୁ । ପ୍ରତାରଗ, ଅପାରଗ, ଦେଶଦ୍ରୋହୀ, ସାମ୍ରାଜ୍ୟବାଦ ହିତରକ୍ଷାକାରୀ, ଦଲାଲଙ୍କୁ ମାରିଖେଦନ୍ତୁ ବୋଲି ବାରମ୍ବାର ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଉଥିବାବେଳେ ଚଳିତ ସାଧାରଣ ନିର୍ବାଚନରେ କିଛି ବି ଅଘଟଣ
ଘଟିପାରେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।

ଏଠାରେ ଉଲ୍ଲେଖଥାଉ କି,ଗତ ଜାନୁଆରୀ ୩୦ ତାରଖ ମାଓବାଦୀ ସହୀଦ ସପ୍ତାହ ଅବସରରେ ଉର୍ଲାଦାନୀ ରାସ୍ତା କେନ୍ଦୁଘାଟି ପାଖରେ ଏକ ନିର୍ମାଣାଧୀନ ପୋଲ ରେ ଥିବା ଜେସିବି ପୋଡ଼ି ସହ ଗଛ କାଟିରାସ୍ତା ଅବରୋଧ କରିଥିଲେ ମାଓବାଦୀ ଏବଂ ବାରବନ୍ଧା ଅଂଚଳରେ ଏକ ଦେଶୀ ମଦଭାଟି
ପୋଡ଼ିଦେଇଥିଲେ । ଆଜିର ଏଇ ପଦକ୍ଷେପ ପରେ ପୋଲିସ ପ୍ରାଶସନ ଆହୁରି ସଜାଗ ରହିବା ସହ
ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ସତର୍କ ଦୃଷ୍ଟି ରଖିଛି ବୋଲି କହିଛି ପୋଲିସ ବିଭାଗ ।
ବର୍ଷର ପ୍ରତିସମୟରେ ଏହି ଇଲାକା ମାଓ ପ୍ରବଣ ହେଇଥିବାଯୋଗୁଁ ଏବଂ ବାରମ୍ବାର ମାଓ
ପୋଷ୍ଟର ଲାଗୁଥିବା କାରଣରୁ ସାଧାରଣ ଜନତା, ପ୍ରଶାସନ, ନେତା, ଦଳୀୟକର୍ମୀଙ୍କ ମନରେ
କୋକୁଆ ଭୟ ଖେଳିଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.