ନର୍ଲାରେ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ଼ ଜୟଦୁର୍ଗା ହାଇସ୍କୁଲ ଠାରେ ନର୍ଲା କମଳ ମଣ୍ଡଳ ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । କଳାହାଣ୍ଡି ଲୋକସଭା ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ତଥା କଳାହାଣ୍ଡି ବିବେକ ସେନାର ସଭାପତି ଡ଼. ଶିବରାମ ନାଏକ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ସଂସ୍କାର ଭାରତୀ ପଶ୍ଚିମ ପ୍ରାନ୍ତର ସମ୍ପାଦକ ହରେକୃଷ୍ଣ ଭୋଇ, ବିଶିଷ୍ଟ ସାହିତ୍ୟିକ ବସନ୍ତ ମହାପାତ୍ର, ଜୟଦୁର୍ଗା ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ବମ୍ବର ଭୋଇ ଓ ମୁଖ୍ୟ ବକ୍ତା ଭାବରେ ସାହିତ୍ୟକ, ନାଟ୍ୟକାର ଏବଂ ସବାଖିଆ ସାହିତ୍ୟ ସଂସଦ କଳାହାଣ୍ଡିର ସମ୍ପାଦକ ବିରଞ୍ଚି ନାରାୟଣ ମୁଣ୍ଡ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ । ପ୍ରଥମେ ଅତିଥିଗଣ ପ୍ରକୃତି କବି ଗଙ୍ଗାଧରଙ୍କର ଫଟୋ ଚିତ୍ରରେ ଦୀପ ପ୍ରଜ୍ଜ୍ୱଳନ ଓ ମାଲ୍ୟାର୍ପଣ ପରେ ନର୍ଲା ସଂସ୍କାର ଭାରତୀ ତରଫରୁ ସ୍ୱଗତ ସଂଗୀତ ପରିବେଷଣ କରାଯାଇଥିଲା । ସ୍ଥାନୀୟ କବିଗଣ ଗଙ୍ଗାଧରଙ୍କ ଉପରେ କବିତାବୃତି କରିଥିଲେ ।ଅତିଥି ବୃନ୍ଦ ଗଙ୍ଗାଧରଙ୍କ ସରଳ ଓ ନିରାଡ଼ମ୍ବର ଜୀବନୀ, ପ୍ରକୃତି ପ୍ରେମ, ଗଙ୍ଗାଧରଙ୍କ କବିତାରେ ନାରୀଙ୍କୁ ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଶିଷ୍ଟ କବି ଓ କବୟତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ଶୀଲା ପ୍ରହରାଜ, ଅଧ୍ୟାପିକା ବାସନ୍ତୀ ସାହୁ, ମୋହନ କୁମାର ଭଟ୍ଟ, ଗିରୀଧାରୀ ଗଉଡ଼, ଲକ୍ଷ୍ମଣ ବାଗ, ଅଧ୍ୟାପକ ସରୋଜ ଜେନା, ମୋହନ ପୁଟେଲ, ସୁବାଷ ଚନ୍ଦ୍ର ବରାଡ଼, ପ୍ରମୋଦ ପରିଡା, ଅରୁଣ ପ୍ରଧାନୀ, କୁମୁଦ ଚନ୍ଦ୍ର ନାଏକ, ମେଦିନିଧର ଯାନୀ, ଚକ୍ରଧର ସା, ମଧୁସୂଦନ ରାଉତ, କଲ୍ୟାଣ କୁମାର ସାହୁ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ଆଇନଜୀବୀ ସରୋଜ ସାହୁ, ରାମଚନ୍ଦ୍ର ପରିଡା, ସରୋଜ ବୁଦ୍ଧିଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ବିଶିଷ୍ଟ ସାହିତ୍ୟିକ ତଥା ନର୍ଲା କମଳ ମଣ୍ଡଳ ସାଂସ୍କୃତିକ ଅନୁଷ୍ଠାନର ବରିଷ୍ଠ ସଦସ୍ୟ, ବରିଷ୍ଠ ଶିକ୍ଷକ, ନାଟ୍ୟକାର ତପନ କୁମାର ଭୋଇ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ନାଟ୍ୟକାର ଚକ୍ରଧର ସା ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.