ଗଣପତି କଳାପରିଷଦ ଆନୁକୂଲ୍ୟରେ ନୂଆଖାଇ ଭେଟ୍‌ଘାଟ୍‌

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ବଲାଙ୍ଗୀର ସଦର ବ୍ଲକ୍ ଶିକାଛିଡା ଗ୍ରାମରେ ଗଣପତି କଳାପରିଷଦ ଆନୁକୂଲ୍ୟରେ ନୂଆଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପକ ରତିକାନ୍ତ ନାଏକଙ୍କ ସଂଯୋଜନାରେ ଶତ୍ରୁଘ୍ନ ବେହେରା ଓ ସାଥୀଙ୍କ ଦ୍ବାରା ରାବଣ ଦରବାର ପରିବେଷଣ କରାଯାଇଥିଲା। ଏଥିସହ ଲୋକକବି ପଦ୍ମଶ୍ରୀ ହଳଧର ନାଗ କବିତା ପାଠ କରିଥିଲେ। ସାଂସ୍କୃତିକ ସମାରୋହରେ ବିଶିଷ୍ଟ କଣ୍ଠଶିଳ୍ପୀ ବ୍ୟାସଦେବ ପୁରୋହିତ, ଜିତୁ କୁମ୍ଭାର, ଅଞ୍ଜନ କୁମାର, ଦିଲୀପ ଦୀପ, ଅର୍ଚ୍ଚନା ପାଢ଼ୀ, ବିନୟ ସୁନା, ସସ୍ମିତା ଦୀପ ଓ ସାନବଡ଼ (ଘୁଡ଼କା) ସଂଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଲୋକକବି ପଦ୍ମଶ୍ରୀ ନାଗ, ଡା. ଶଙ୍କର ରାମଚନ୍ଦାନୀ, କଣ୍ଠଶିଳ୍ପୀ ବ୍ୟାସଦେବ ପୁରୋହିତ, ଜିତୁ କୁମ୍ଭାର, ସ୍ଵେଚ୍ଛାସେବୀ ସଂଗଠନ, ବଲାଙ୍ଗୀର, ନାଟ୍ୟ କଳାକାର ଶତ୍ରୁଘ୍ନ ବେହେରା, ସାନବଡ଼ ଘୁଡ଼କା, ବିନୋଦ କାଲସାଏ ଓ ଗୁପ୍ତେଶ୍ଵର ପୃଷ୍ଟିଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ବଲାଙ୍ଗୀର ପୌରପାଳିକା ଅଧ୍ୟକ୍ଷା ଲିକା ସାହୁ, ବଲାଙ୍ଗୀର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ବଲାଙ୍ଗୀର ବ୍ଲକ୍ ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ହୋତା, ଶିକାଛିଡ଼ା ସରପଞ୍ଚ କ୍ଷୀରେନ୍ଦ୍ରୀ ଶତପଥୀ, ସମିତି ସଭ୍ୟା ବିନିତା ପଧାନ, ବରିଷ୍ଠ ବିଜେପି ନେତା ଅମିତ ସିଂ ନିନା, ସମାଜସେବୀ ସନ୍ଦୀପ ବାଗ, କୁଡ଼ାସିଂହା ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅର୍ଜୁନ ସାହୁ, ବୀରେନ୍ଦ୍ର ପାଣ୍ଡେ ଓ ମାନସୀ ସାହୁ ମଞ୍ଚ ସଂଚାଳନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମରେ ପରିଷଦର ସଂପାଦକ ରମାକାନ୍ତ ନାଏକ, ସଭାପତି ଆଦିକନ୍ଦ ବଗର୍ତ୍ତୀ, ଅଟଳ ବିହାରୀ ବିଶି, ସୀତାକାନ୍ତ ନାଏକ ତଥା ଅନୁଷ୍ଠାନର ସଦସ୍ୟମାନେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.