କର୍ଲାମୁଣ୍ଡା ବ୍ଲକ ଅଧକ୍ଷ୍ୟା ନାମରେ ଅପପ୍ରଚାର; ଏପଟେ ଅଧ୍ୟକ୍ଷାଙ୍କ ନିସ୍ୱାର୍ଥପର ପଦକ୍ଷେପକୁ ସ୍ୱାଗତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକ୍ ଦୀର୍ଘ ବର୍ଷରୁ ଠିକାଦାର ପୋଷା ନୀତିରେ ଚାଲି ଆସୁଥିଲା। ବିଗତ ପଞ୍ଚାୟତ ନିର୍ବାଚନରେ ଗଜବାହାଲ ପଞ୍ଚାୟତରୁ ପୂର୍ବତନ ଅଧ୍ୟକ୍ଷା କୁନି ସାହୁ ପୁନର୍ବାର ସମିତିସଭ୍ୟା ଭାବରେ ନିର୍ବାଚିତ ହୋଇଥିଲେ ଏବଂ ପରେ ଅଧ୍ୟକ୍ଷା ପଦକୁ ନିର୍ଦ୍ବନ୍ଦ୍ବରେ ଦ୍ଵିତୀୟ ଥର ପାଇଁ ଅଳଙ୍କୃତ ହୋଇଥିଲେ। ଆଜି ରିଞ୍ଜା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ସ୍ୱାମୀ ଅଧ୍ୟକ୍ଷା କୁନି ସାହୁ ପିସି ନଦେଲେ ଫାଇଲରେ ଦସ୍ତଖତ କରୁନଥିବା ଅଭିଯୋଗ ଆଣିଥିଲେ। କିନ୍ତୁ ଏହି ଅଭିଯୋଗ ମିଥ୍ୟା ବୋଲି ପ୍ରକାଶ କରିଛନ୍ତି ଅଧ୍ୟକ୍ଷାଙ୍କ ସ୍ୱାମୀ ପ୍ରଦୀପ ସାହୁ। ଅଧ୍ୟକ୍ଷାଙ୍କ ନାମରେ ଅପପ୍ରଚାର ବନ୍ଦ କରି କର୍ଲାମୁଣ୍ଡା ବ୍ଲକକୁ ଅଧ୍ୟକ୍ଷାଙ୍କ ନେତୃତ୍ୱରେ ଆଗେଇ ନେଉଥିବା ପୃଥିକ ମାନଙ୍କ ସହ ସାମିଲ ହୋଇ ସାହାଯ୍ୟ ସହଯୋଗ କରନ୍ତୁ ବୋଲି ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି। କୁନି ସାହୁ ଅନେକ ଦଲାଲ ଏବଂ ଠିକାଦାର ମାନଙ୍କୁ ମୂଳ ପୋଛ ଏବଂ ଦୁର୍ନୀତି ମୁକ୍ତ କରିବା ପାଇଁ ଅନେକ ପଦକ୍ଷେପ ଗୁଡିକ ହାତକୁ ନେଉଛନ୍ତି ତାହାକୁ ଦେଖି ସାଧାରଣ ଲୋକେ ସ୍ୱାଗତ କରୁଥିବା ଚିତ୍ର ଏବେ ସାମ୍ନାକୁ ଆସୁଛି। ବିଗତ ଦିନରେ ରେଗଡା ପଞ୍ଚାୟତର ଦାଣ୍ଡିଭଜା ଗ୍ରାମରେ ସ୍କୁଲ ଦୁର୍ନୀତି ଘଟଣାକୁ ନେଇ ଦୀର୍ଘ ୨୯ ଦିନ ସ୍କୁଲ ବନ୍ଦ ଥିଲା। ବିନା ସ୍ୱାର୍ଥରେ କୁନି ସାହୁ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ସ୍କୁଲ ଖୋଲିଥିଲା। ତେବେ ସ୍କୁଲ ଖୋଲି କୋମଳମତି ଶିଶୁ ମାନଙ୍କ ମୌଳିକ ଅଧିକାରରେ ସାମିଲ କରିଥିବାରୁ ଅଞ୍ଚଳବାସୀ ଶ୍ରୀମତି କୁନି ସାହୁଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ। ଅନ୍ୟପଟେ କର୍ଲାମୁଣ୍ଡା ଅଞ୍ଚଳବାସୀଙ୍କ ସମସ୍ୟା ଗୁଡିକୁ ଆଖି ଆଗରେ ରଖି ଆଇନ ସେବା ପାଇଁ ମ. ରାମପୁର ଏବଂ ଭବାନୀପାଟଣା ନଯାଇ ନିଜ ବ୍ଲକ୍‌ରେ ହେବାକୁ ଥିବା ଯେଏମଏଫସି କୋର୍ଟକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରୁଥିବା ସୂଚନା ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.