ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକ ବୋରପଦରଠାରେ ପଞ୍ଚାୟତ ସ୍ଥରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଛି। ଏଥିରେ ବ୍ଲକ ଅଧ୍ୟକ୍ଷ୍ୟା କୁନି ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ମିର୍ଦ୍ଧା, ସହକାରୀ ଯନ୍ତ୍ରୀ ସନ୍ଦୀପ ନାଏକ, ସମିତି ସଭ୍ୟା ଆରତୀ ସାହୁ, ଅତିରିକ୍ତ ସରପଞ୍ଚ ମିଥିଲା ସାହୁ, ସରପଞ୍ଚ ସୁବାସ ସାହୁ, ପଞ୍ଚାୟତ ନିର୍ବାହି ଅଧିକାରୀ , ଜିଆର୍ଏସ୍ ଓ ସମସ୍ତ ୱାର୍ଡମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରରେ ରାସନ କାର୍ଡ, ଆବାସ ଯୋଜନା, ଭତ୍ତା, ମନରେଗା ଯୋଜନାରେ ପ୍ରକୃତ ଶ୍ରମିକଙ୍କୁ କାମ ଯୋଗାଇଦେବା, ଯୋଗାଯୋଗ ପାଇଁ ବିଭିନ୍ନ ରାସ୍ତା ଘାଟ ଉନ୍ନତୀକରଣ ଭଳି ଅନେକ ଅଭିଯୋଗ ଆସିଥିଲା। ଅଧ୍ୟକ୍ଷା କୁନି ସାହୁ ଏହି ଶିବିରରେ ଯୋଗଦେବା ସହ ପଞ୍ଚାୟତର ଅନେକ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ଏବଂ ନୂତନ ଭାବେ ନିର୍ମାଣ ହୋଇଥିବା ସ୍ୱାସ୍ଥ୍ୟ ଉପ କେନ୍ଦ୍ରକୁ ପରିଦର୍ଶନ ପାଇଁ ଯାଇଥିବା ସମୟରେ ଉକ୍ତ କେନ୍ଦ୍ରରେ ତାଲା ପଡିଥିଲା। ତେଣୁ ଏଏନ୍ଏମ୍ କର୍ମଚାରୀଙ୍କୁ ଫୋନ କରି ତାଗିଦ କରିଥିଲେ। ଏହାସହ ଆଗାମୀ ଦିନରେ ଅଞ୍ଚଳର ଜନ ସାଧାରଣ କିଭଳି ସ୍ୱାସ୍ଥ୍ୟ ସେବା ପାଇପାରିବେ ତାହା ଉପରେ ଆଲୋଚନା କରିଥିଲେ ।