ୟୁଥ୍ ଚେଂଜ ମେକର ଆୱାର୍ଡ଼ ପାଇଲେ କଳାହାଣ୍ଡିର ଡ଼ାକ୍ତର ଲୋକନାଥ ସାହୁ

ପଶ୍ଚିମ ଓଡ଼ିଶାରୁ ପ୍ରଥମେ ପାଇଲେ ଏହି ସମ୍ମାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଚଳିତ ବର୍ଷ ଓଡ଼ିଶାର ଜଣେ ମାତ୍ର ତଥା ପଶ୍ଚିମ ଓଡ଼ିଶାର ପ୍ରଥମ ଡ଼ାକ୍ତର ଭାବରେ ଯୁବ ଡ଼ାକ୍ତର ଲୋକନାଥ ସାହୁଙ୍କୁ ମିଳିଛି ସମ୍ମାନ ଜନକ ୟୁଥ୍ ଚେଂଜ ମେକର ଆୱାର୍ଡ଼ ୨୦୨୨ । କଳାହାଣ୍ଡି ତଥା କନ୍ଧମାଳ ଜିଲ୍ଲା ଅଂଚଳର ଆଦିବାସୀ ଅଧ୍ୟୁଷିତ ତଥା ମାଓପ୍ରବଣ ଇଲାକାରେ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେବା ସହିତ ଆନ୍ତରିକତାର ସହିତ ନିଜର ଏହି ସେବା ଜାରି ରଖିଥିବା କାରଣରୁ ବିଇଙ୍ଗ ଏବଂ ବିକମିଙ୍ଗ ଅନୁଷ୍ଠାନ ଇମା(ଇଣ୍ଡଆନ ମେଡ଼ିକାଲ ଆସୋସିଏସନ୍‌) ତଥା ଜୁନିଅର ଡ଼କ୍ଟର୍ସର୍ ନେଟୱାର୍କ ତରଫରୁ ଚଳିତ ବର୍ଷ ଓଡ଼ିଶାର ଶ୍ରେଷ୍ଠ ଚିକିତ୍ସକ(ପଶ୍ଚିମ ଓଡ଼ିଶାରୁ ପ୍ରଥମ) ଭାବରେ ଏହି ସମ୍ମାନ ପାଇ ଅଂଚଳ ପାଇଁ ଗୌରବ ଆଣିଦେଇଛନ୍ତି । ଡ଼ାକ୍ତର ସାହୁ ରାଜ୍ୟସଭା ସଦସ୍ୟ ସୁଲତା ଦେଓ, ମୋ କଲେଜର ଅଧ୍ୟକ୍ଷ ତଥା ବିଧାନସଭା ସଦସ୍ୟ ଆକାଶ ଦାସ ନାୟକ, ପୂର୍ବତନ ରାଜ୍ୟସଭା ସାଂସଦ ପ୍ରଭାସ ସିଂ, ଡ଼ିଏମଇଟିର ଉପାଧ୍ୟକ୍ଷ ଡ଼ଃ ବ୍ରଜ ଦାସଙ୍କ ପାଖରୁ ଏହି ସମ୍ମାନ ଗ୍ରହଣ କରିଥିଲେ । ଡ଼ାକ୍ତର ଶ୍ରୀ ସାହୁଙ୍କ ନିଜ ଘର ମ.ରାମପୁର ବ୍ଲକର ପଣ୍ଡକାମାଲ ପଂଚାୟତ ତୁଜୁଙ୍ଗରେ ହେଇଥିବା ବେଳେ ସେ ସଂପ୍ରତି ମଦନପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଜର ସେବା ଜାରୀ ରଖିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.