ଗଣ୍ତାବାହାଲି ଠାରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଣ୍ତାବାହାଲି ଠାରେ ବାର ମାସରେ‌ ତେର ପର୍ବ ମହା ଆଡ଼ମ୍ବରରେ ପାଳନ କରାଯାଏ । ସଂସ୍କୃତି ପରମ୍ପରାକୁ ନେଇ ଅନେକ ଉତ୍ସବ ଓ କାର୍ଯ୍ୟକ୍ରମ ହେଉଥିବା ବେଳେ ଦଶହରା ପର୍ବରେ ଗାଁ ଚଳଚଞ୍ଚଳ ହୋଉ ଉଠେ । ଦୀର୍ଘ ନବ ବର୍ଷ ଧରି ଏଠାରେ ଦୁର୍ଗାପୂଜା କରାଯାଉଥିବା ବେଳେ ଚଳିତ ବର୍ଷ ମାଁ ଦୁର୍ଗାଙ୍କ ନବଦୁର୍ଗା ପୂଜା ମହାସମାରୋହରେ ପାଳନ କରାଯାଉଛି । ଦୁର୍ଗା ପୂଜା କମିଟି ସଭାପତି ତ୍ରିନାଥ ମେହେର ଥିବା ବେଳେ ସମ୍ପାଦକ ଦିନବନ୍ଧୁ ବେହେରା, ମୁଖ୍ୟ କର୍ତ୍ତା ଭାବରେ ଟଙ୍କଧର ମେହେର ଓ ତାଙ୍କ ଧର୍ମପତ୍ନୀ ପୂର୍ଣ୍ଣିମୀ ମେହେର ସମେତ ଅନ୍ୟ କର୍ତ୍ତା ଭାବରେ କମଳ ମେହେର ଓ ତାଙ୍କ ଧର୍ମପତ୍ନୀ ରତ୍ନେ ମେହେର , ମଧୁସୂଦନ ମେହେର ଓ ତାଙ୍କ ଧର୍ମପତ୍ନୀ ମାଧବି ମେହେର, ଗୁଲୁଚୁ ପ୍ରସାଦ ମେହେର ଓ ତାଙ୍କ ଧର୍ମପତ୍ନୀ ଜଗମନି ମେହେର, ନକୁଲ ବୈଠାରୁ ଓ ତାଙ୍କ ଧର୍ମପତ୍ନୀ କୁମାରୀ ବୈଠାରୁ, ମାନସିଙ୍ଗ ମେହେର ଓ ତାଙ୍କ ଧର୍ମପତ୍ନୀ ତ୍ରିବେଣୀ ମେହେର, ଭଗବାନ ମେହେର ଓ ତାଙ୍କ ଧର୍ମପତ୍ନୀ ପଞ୍ଚମୀ ମେହେର, ଜଗବନ୍ଧୁ ମେହେର ଓ ତାଙ୍କ ଧର୍ମପତ୍ନୀ ପ୍ରେମଶିଲା ମେହେର, ତୁଳସୀରାମ ମେହେର ଓ ତାଙ୍କ ଧର୍ମପତ୍ନୀ କୈଶଲ୍ୟା ମେହେର, ଭରତ ମେହେର ଓ ତାଙ୍କ ଧର୍ମପତ୍ନୀ ସତ୍ୟବତୀ ମେହେର ରହିଛନ୍ତି । ମୁଖ୍ୟ ପୂଜକ ଭାବରେ ଆଚାର୍ଯ୍ୟ ହରିଶ୍ଚନ୍ଦ୍ର ଖମାରୀ ନିଜର ଦାୟିତ୍ଵ ତୁଲାଉଛନ୍ତି । ନଅ ଦିନ ଧରି ଏଠାରେ ଅନେକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଲୋକ ନୃତ୍ୟ, ଦାଣ୍ତିଆ, ନାଟକ ଆୟୋଜନ କରାଯିବା ସହ ପ୍ରତ୍ୟେକ ଦିନ ଭକ୍ତ ଓ ଶ୍ରଦ୍ଧାଳୁମାନେ ଭୋଗ ବଣ୍ଟନ କରିବେ । ପୂଜା କମିଟୀର ସୂଚନା ଅନୁସାରେ ଦଶମ ଦିନ ମହାଆଡମ୍ବରରେ ରାବଣ ପୋଡ଼ି କରାଯିବାର ବ୍ୟବସ୍ଥା କରାଯାଇଅଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.