ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକ ବିଷୟରେ ଜନ ସାଧାରଣଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ବିଜେଡ଼ି ପକ୍ଷରୁ ଗାନ୍ଧୀ ଜୟନ୍ତୀ ଠାରୁ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ବୁଧବାର ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ କୋକସରା ବ୍ଳକ ବିଜେଡ଼ି ପକ୍ଷରୁ କୋକସରା ୨ ନମ୍ବର ଜିଲ୍ଲା ପରିଷଦ ଜୋନ୍ ରୁ ପଦଯାତ୍ରା ଆରମ୍ଭ ହୋଇଛି । ପଦଯାତ୍ରାରେ ଧର୍ମଗଡ ବିଧାୟକ ମୌଷଧି ବାଗ ସାମିଲ ହୋଇ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଜନ ସାଧାରଣଙ୍କୁ ସଚେତନ କରିବା ସହ ଲୋକଙ୍କ ନିକଟରୁ ବିଭିନ୍ନ ଅଭିଯୋଗ ସୁଣି ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମାଝିଗୁଡା ଠାରୁ ପ୍ରାୟ ୮ କିମି. ପଦଯାତ୍ରାରେ ବାହାରୀ କୋକସରା ଦେଇ ଚିଲିଗୁଡା ପହଞ୍ଚି ଥିଲେ । ଏଥିରେ ବିଧାୟକ ସମେତ କୋକସରା ଜୋନ୍ ନଂ ୨ ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ଆମପାଣି ଜୋନ୍ ନଂ ୧ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ମୋଟେର ଜୋନ୍ ନଂ ୩ ଜିଲ୍ଲା ପରିଷଦ ସଭ୍ୟା ବୈଜନ୍ତି ପୁଝାରୀ, କୋକସରା ବ୍ଲକ ବିଜେଡ଼ି ସଭାପତି ସୁଶାନ୍ତ ବେହେରା, ବ୍ଳକ ବିଜେଡ଼ି ମହିଳା ସଭାନେତ୍ରୀ ଅଶୋକା ନାଏକ, ଧର୍ମଗଡ଼ ବିଧାୟକଙ୍କ କୋକସରା ପ୍ରତିନିଧି ମାନସ ରଞ୍ଜନ ବାଗ, ଧର୍ମଗଡ଼ ବିଧାୟକ ପ୍ରତିନିଧି ସ୍ବାଧୀନ ବାଗ, ଯୁବନେତା ରୁତୁରାଜ ମାଝି, ଯୁବ ଛାତ୍ର ବିଜେଡ଼ି ସଭାପତି ମାନସ ରଞ୍ଜନ ବେହେରା, ସମ୍ପାଦକ ପଞ୍ଚକ ପୋଡ଼ ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ କର୍ମୀମାନଙ୍କୁ ନେଇ ଏକ ସାଧାରଣ ସଭା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି ଓ କଂଗ୍ରେସ ଦଳର ବହୁ ସଂଖ୍ୟରେ କର୍ମୀମାନେ ବିଜେଡ଼ି ଦଳରେ ସାମିଲ ହୋଇଥିଲେ । ବିଧାୟକ ବାଗ ନୂତନ ଭାବରେ ଯୋଗଦେଇଥିବା କର୍ମୀମାନଙ୍କୁ ଦଳରେ ସ୍ବାଗତ କରିବା ସହ ଦଳୀୟ ଉତରିୟ ଦେଇ ବିଦ୍ଧିବଦ୍ଧ ବାବରେ ସାମିଲ କରିଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ସୁରେଶ ସାହୁ, ନରେନ୍ଦ୍ର ଧଙ୍ଗଡାମାଝୀ, ପ୍ରମୋଦ ପ୍ରଧାନୀ, ଶଶାଙ୍କ ପୁରୋହିତ, ତାପସ ରାୟ, ମହେଶ ଗୁପ୍ତା, ବିଜୟ ପଣ୍ଡା, ନିତ୍ୟାନନ୍ଦ ମାଝୀ ସମେତ ଶହ ଶହ ସଂଖ୍ଯାରେ ମହିଳା ଓ ଦଳୀୟ କର୍ମୀ ସମେତ ଅନେକ ପଞ୍ଚାୟତର ଜନ ପ୍ରତିନିଧିମାନେ ଯୋଗ ଦେଇଥିଲେ ।