କୃଷିରେ ସଘନ ସମ୍ପ୍ରସାରଣ ଅଭିଯାନ ଅନ୍ତର୍ଗତ ସହାୟକ ସମ୍ପ୍ରସାରଣ କର୍ମୀଙ୍କ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା

ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଧର୍ମଗଡ କୃଷି ଜିଲ୍ଲା ଅଧିକାରୀଙ୍କ ସୌଜନ୍ୟରେ କୃଷିରେ ସଘନ ସମ୍ପ୍ରସାରଣ ଅଭିଯାନ ଅନ୍ତର୍ଗତ ସହାୟକ ସମ୍ପ୍ରସାରଣ କର୍ମୀଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ଆଜି ଆରମ୍ଭ ହୋଇଛି । ଧର୍ମଗଡ କୃଷି ଜିଲ୍ଲା ଅଧିକାରୀ ଜାମି ସୂର୍ଯ୍ୟ ରାଓ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମଶାଳାକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଉଦ୍ୟାନ ନିର୍ଦ୍ଦେଶକ ଟଙ୍କଧର କାଲୋ, ଗୋଷ୍ଠୀ କୃଷି ଅଧିକାରୀ ଧର୍ମଗଡ, ସହକାରୀ କୃଷି ଅଧିକାରୀ ଜୁନାଗଡ଼, ଓ ଧର୍ମଗଡ ପ୍ରମୁଖ ଉପସ୍ଥିତ ରହି କୃଷି ଓ କୃଷକଙ୍କ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ସରକାରୀ ଯୋଜନା, ସରକାରୀ ସହାୟତା ଓ ଏହାର ସଫଳ ରୂପାୟନ ସମ୍ପର୍କ ରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଧର୍ମଗଡ କୃଷି ଜିଲ୍ଲା ଅଧିନସ୍ଥ କୋକସରା, ଗୋଲାମୁଣ୍ଡା ଓ ଧର୍ମଗଡ ବ୍ଲକର ଶତାଧିକ ଗ୍ରାମ୍ୟ କୃଷି କର୍ମଚାରୀ, କୃଷକ ସାଥି ଓ ଗ୍ରାମ୍ୟ ଏଟିଏମ୍ ମାନେ ଏହି କର୍ମଶାଳାରେ ଯୋଗ ଦେଇଥିଲେ । ଧର୍ମଗଡ ସହକାରୀ କୃଷି ଅଧିକାରୀ ହେମାନନ୍ଦ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.