ବାତ୍ୟା ଆଶଙ୍କା ଟଳିଲା, ଚାଷୀ ଖୁସ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶେଷରେ ନର୍ଲା କାହିଁକି ସାରା ଓଡ଼ିଶାର ଚାଷୀଙ୍କ ଆକୁଳ ନିବେଦନ ଶୁଣିଲେ ଠାକୁର । ବାତ୍ୟା ସିତ୍ରାଙ୍ଗ ବାଙ୍ଗଳାଦେଶ ଦେଶକୁ ମୁହାଇଲା । ବଞ୍ଚିଗଲେ ଓଡ଼ିଶା ଚାଷୀ କୂଳ ।ବାତ୍ୟା ପ୍ରଭାବରେ କେବଳ ଯେ, ଚାଷୀ କୂଳର କ୍ଷତି ହୋଇ ଥାନ୍ତା ତା ନୁହଁ । ଏଥିରେ ଗରୀବ, ଦୀନ, ଦୁଃଖୀ ମାନଙ୍କ ଘର ଦ୍ୱାର ମଧ୍ୟ ଭାଙ୍ଗି ବେସାହାରା ହୋଇ ପଡ଼ିଥାନ୍ତେ ଲୋକେ । କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳର ଲୋକଙ୍କ ମନରୁ ଏଯାଏଁ ଲିଭିନି ଫାଇଲିନ୍ ଓ ହୁଡହୁଡ ବ୍ୟାତ୍ୟାର ଆତଙ୍କ । ଠିକ୍ ବିଜୟା ଦଶମୀ ବେଳେ “ହୁଡହୁଡ୍” ଆସିଲା ଆଉ ନର୍ଲାରେ ତାଣ୍ଡବ ଲିଳା ରଚିଥିଲା । ବିଶେଷ କରି ଚଷୀକୁଳର ଅନେକ କ୍ଷୟକ୍ଷତି ହେଲା । ତା’ ପରେ ପରେ ଆସିଲା “ଫାଇଲିନ୍” ସେଥିରେ ମଧ୍ୟ ଅଞ୍ଚଳର ଚାଷୀକୁଳର ମେରୁଦଣ୍ଡ ଦୋହଲିଗଲା । ଏଣୁ ନର୍ଲା ଅଞ୍ଚଳର ଜନସାଧାରଣ ବାତ୍ୟାର ନାଁ ଶୁଣିଲେ ଆତଙ୍କିତ ହୋଇପଡନ୍ତି । ଚଳିତ ବର୍ଷ ଧାନ ପାଚିଲା ବେଳକୁ “ସିତ୍ରାଙ୍ଗ” ନାମଧାରୀ ବାତ୍ୟା ଆସୁଥିବାର ଖବର ଶୁଣିବା ପରେ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ । ନର୍ଲା ଏକ କୃଷି ପ୍ରଧାନ ଅଞ୍ଚଳ ହୋଇଥିବା ବେଳେ ନର୍ଲା ଅଞ୍ଚଳରେ ଜଳସେଚନର ସୁବିଧା ନଥିବାରୁ ଏଠାକାର ଚାଷୀ ଇନ୍ଦ୍ର ଦେବତାଙ୍କୁ ଭରଷା କରି ଚାଷ କରିଥାନ୍ତି । ଜଳସେଚନର ସୁବିଧା ନଥିବାରୁ ପ୍ରତିବର୍ଷ ହୀନ ବୃଷ୍ଟି ଯୋଗୁଁ ବାରମ୍ବାର ମରୁଡିର କଷାଘାତରେ ଏଠାକାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ପଡିଛି । ଅନ୍ୟପକ୍ଷେ ଚଳିତ ବର୍ଷ ଶେଷ ଭାଗରେ ଭଲ ବର୍ଷା ହୋଇ ଥିବାରୁ ଚାଷୀ ଆଶା ବାନ୍ଧି ବସିଥିଲେ ଏଥରକ ଭଲ ଫସଲ ହେବ ଓ ନର୍ଲା ଚାଷୀ ନିଜ କଷ୍ଟାର୍ଜିତ ଫସଲ ଗଣ୍ଡାକ ବିକି ଭଲ ଦୁଇ ପଇସା ପାଇବେ । ଯାହାତ ରୋଗ ପୋକ ଦାଉରୁ ଖର୍ଚ୍ଚାନ୍ତ ହୋଇ ଚାଷ ଗଣ୍ଟାକ ବଞ୍ଚାଇଛନ୍ତି । ଏହା ଉପରେ ପୁଣି ବାତ୍ୟାର ତାଡନା । ଏବେ କ୍ଷେତରେ ପାଚିଲା ଧାନ ଲହଡି ମାରୁଛି । ଅଳ୍ପ ସମୟ ଅବଧିର ଧାନ ସବୁ ପାଚି ସାରିଥିବା ବେଳେ କିଛି ଚାଷୀ ଧାନ କାଟି ସାରିଥିବା ବେଳେ କେତେକ ଚାଷୀ ଧାନ କାଟିବା ଆରମ୍ଭ କରିବାକୁ ଯାଉଛନ୍ତି । ଆନ୍ଧ୍ର ଓ ପଶ୍ଚିମ ବଙ୍ଗକୁ ମୁହାଁଇବାକୁ ଯାଉଥିବା ବାତ୍ୟା “ସିତ୍ରାଙ୍ଗ” ଓଡିଶାରେ ଅବପାତ ହେବ ବୋଲି ପାଣିପାଗ ବିଭାଗ କହିଥିଲା । ଏହାକୁ ନେଇ ଛାନିଆ ହୋଇ ପଡ଼ିଥିଲେ ନର୍ଲା ଅଂଚଳର ଚାଷୀ । କେବଳ ପାଚିଲା ଧାନ ନୁହଁ । ଏହା ସାଙ୍ଗକୁ ନର୍ଲା ଅଞ୍ଚଳର ଅର୍ଥକାରୀ ଫସଲ କପା ଚାଷ ମଧ୍ୟ ସମୂଳେ ଧ୍ୱଂସ ହୋଇ ଯାଇଥାନ୍ତା । ହେଲେ ଠାକୁରେ ଚାଷୀଙ୍କ ଗୁହାରୀ ଶୁଣିଲେ । ବାତ୍ୟା ସତ୍ରାଙ୍ଗ ଦକ୍ଷିଣପଶ୍ଚିମ ମୁହାଁ ହୋଇ ବାଂଲାଦେଶ ଚାଲିଯିବା ସହ ସେଇଠି ତାଣ୍ଡବ ରଚିଲା। ଅବଶ୍ୟ ଏହାର ଆଂଶିକ ପ୍ରଭାବରେ ଓଡିଶାର ଉପକୂଳବର୍ତ୍ତୀ କେତେକ ସ୍ଥାନରେ ବର୍ଷା ମଧ୍ୟ ହେଲା । ହେଲେ ଓଡିଶା ଚାଷୀଙ୍କ ଏଥିରେ କୌଣସୀ କ୍ଷୟ କ୍ଷତି ହୋଇ ନଥିବା ଜଣା ପଡ଼ିଛି । ଏବେ ଆରମ୍ଭ ହୋଇ ଯାଇଛି ଧାନ ଚାଷ ଅମଳର ସିଜନ । ମୌଷୁମୀ ମଧ୍ୟ ପ୍ରତ୍ୟାବର୍ତ୍ତନ କରି ଯାଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ବାତ୍ୟା ସତ୍ରାଙ୍ଗ ଆଶଙ୍କା ଟଳି ଯାଇଥିବା ବେଳେ ଚାଷ ଅମଳ ସମୟରେ ଆଉ ବର୍ଷାର ଭୟ ନଥିବାରୁ ଚାଷୀ ଏବେ ଖୁସ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.