ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଂଚାୟତରେ ଖରିଫ ଧାନମଣ୍ଡି ଖୋଲିବା ଦାବିରେ ଆଜି ରିଷିଡା -ମରାମପୁର -ବଲାଙ୍ଗୀର ରାସ୍ତାର ଗଜବାହାଲ ଛକ ଠାରେ ଚାଷୀ ମାନେ ରାସ୍ତାରୋକ କରିଛନ୍ତି । ଫଳରେ ଭବାନୀପାଟଣା -ବଲାଙ୍ଗୀରକୁ କୌଣସି ଯାନବାହାନ ଯାଇନପାରି ଅଟକି ରହିଛି । ଧାରଣାସ୍ଥଳରେ କର୍ଲାମୁଣ୍ଡା ବ୍ଲକ ଅଧକ୍ଷ୍ୟା କୁନି ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପବିତ୍ର ଭୋଇ, ପୂର୍ବତନ ସରପଞ୍ଚ ଭୀମସେନ ସାହୁ, ପ୍ରଫୁଲ ସାହୁ, ଅଶ୍ୱିନୀ ବେହେରା, ନୃପମଣି ଗହୀର, ସୁବଳ ପଧାନ, ରଶ୍ମିରଂଜନ ମିଶ୍ର, ଜ୍ୟୋତିରଞ୍ଜନ ପଧାନ, ଅଖିଳ ମିଶ୍ର, ମୋତିରାମ ସାହୁ, ଦାମୋଦର ପଧାନ, ପୂର୍ବତନ ସମିତି ସଭ୍ୟ ବୀଣାପାଣି ସା, ଆମ ଆଦମୀ ପାର୍ଟି ନେତା ଦଶରଥ ସାହୁଙ୍କ ନେତୃତ୍ୱରେ ବହୁ ପୁରୁଷ ଓ ମହିଳା ଚାଷୀ ମାନେ ରାସ୍ତା ଉପରେ ବସି ଧାରଣା ଦେଉଛନ୍ତି । ତହସିଲଦାର ମିଳନ କୁମାର ଝାଙ୍କର ଧାରଣା ସ୍ଥଳରେ ପହଂଚି ଚାଷୀ ମାନଙ୍କୁ ବୁଝାସୁଝା କଲେ ମଧ୍ୟ ସେମାନେ ମଣ୍ଡି ଦାବିରେ ଅଟଳ ଅଛନ୍ତି । ରିଷିଡା ଫାଣ୍ଡିଅଧିକାରୀ କ୍ଷୀରସିନ୍ଧୁ ମାଝୀଙ୍କ ନେତୃତ୍ୱରେ ପୋଲିସ ଟିମ ମୁତୟନ ଅଛନ୍ତି ।