ଦେବାଳିଆ ହୋଇପାରେ ଟ୍ବିଟର!

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଟ୍ୱିଟର ହୋଇପାରେ ଦେବାଳିଆ। ନୂଆ ମାଲିକ ଏଲନ ମସ୍କ ସୋସିଆଲ୍ ମିଡିଆରେ ଏଭଳି ଏକ ଆଶଙ୍କା କରିଛନ୍ତି। ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ମସ୍କ ଟ୍ୱିଟର କର୍ମଚାରୀଙ୍କୁ ଫୋନ୍ କରି କହିଛନ୍ତି ଯେ ଦେବାଳିଆ ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ମସ୍କ ଦୁଇ ସପ୍ତାହ ପୂର୍ବରୁ ୪୪ ବିଲିୟନ ଡଲାରରେ ଟ୍ୱିଟର କିଣିଥିଲେ। ଏହା ପରେ ବିଶେଷଜ୍ଞମାନେ ଆକଳନ କରିଥିଲେ ଯେ ଯେଉଁଭଳି ଢଙ୍ଗରେ ମସ୍କ କାରବାର କରୁଛନ୍ତି ଏବଂ କମ୍ପାନୀରେ ପରିବର୍ତ୍ତନ କରିବାକୁ ଯାଇ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି ତାହା ଆଗାମୀ ଦିନରେ ଟ୍ୱିଟରର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇବ।

Omkar Vasthu
Omkar Vasthu

ବ୍ଲୁମବର୍ଗ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଏଲନ୍ ମସ୍କ ଟ୍ୱିଟରରେ କାମ କରୁଥିବା କର୍ମଚାରୀଙ୍କୁ ଫୋନ୍ କରିଥିଲେ। କମ୍ପାନୀ ଦେବାଳିଆ ହେବା ସମ୍ଭାବନାକୁ ଏଡ଼ାଇ ଦେଇ ପାରିବେ ନାହିଁ ବୋଲି କର୍ମଚାରୀଙ୍କୁ ଫୋନରେ କହିଥିଲେ ମସ୍କ। ଟ୍ବିଟର ସହ ସ୍ପେସ ନାମକ ସଂସ୍ଥା ଯୋଡି ହୋଇଛି। ଏହି ଫିଚର ଜରିଆରେ ଅଡିଓ କନଫରେନସିଂ ବା ମିଟିଂ କରିହୁଏ। ଏହାର ଲୋକପ୍ରିୟତା ମଧ୍ୟ ରହିଛି। ଚଳିତ ସପ୍ତାହରେ ଇସ୍ତଫା ଦେଇଥିବା ଟ୍ବିଟରର ଦୁଇ କର୍ମଚାରୀ କହିଛନ୍ତି, ଏବେ ସ୍ପେସ ସହିତ କୁଆଡେ ମସ୍କଙ୍କ ଡିଲ୍ ଠିକ୍ ନାହିଁ। ଯାହାକୁ ନେଇ କମ୍ପାନୀର ଦୁଇ ବରିଷ୍ଠ ଅଧିକାରୀ ୟୋଏଲ ରୋଠ୍ ଏବଂ ରବୀନ ହ୍ୱିଲର ଚିନ୍ତାବ୍ୟକ୍ତ କରିଛନ୍ତି। ଏହାପରେ ଉଭୟ ଇସ୍ତଫା ଦେଇଥିବା କହିଛନ୍ତି। ତେବେ ଇସ୍ତଫାର କାରଣ ଉଭୟ ସ୍ପଷ୍ଟ କରିନାହାନ୍ତି। ଏହାପୂର୍ବରୁ ଟ୍ବିଟରର ଶୀର୍ଷ ପଦରେ ଥିବା ଅନ୍ୟତମ କର୍ମଚାରୀ ଲି କିସନେର ଇସ୍ତଫା ଦେଇଥିଲେ। ସେହିପରି ଆଗକୁ ଅନେକ ବଡ ବଡ ଅଧିକାରୀ ଇସ୍ତଫା ଦେବେ ବୋଲି ସୂଚନା ରହିଛି।

Pearl dental clinic
Near Ashish Medical Store, Bhawanipatna

ଅକ୍ଟୋବର ୨୭ ରେ ୪୪ ବିଲିୟନ ଡଲାରରେ ଟ୍ୱିଟର କିଣିବା ପରେ, ଏଲୋନ୍ ମସ୍କ ଗୋଟିଏ ପରେ ଗୋଟିଏ ବଡ ନିଷ୍ପତ୍ତି ନେଇଛନ୍ତି। ବଡ ବଡ ପଦବୀରେ କାମ କରୁଥିବା କର୍ମଚାରୀଙ୍କୁ ବହିଷ୍କାର କରିଛନ୍ତି ମସ୍କ। ଏବେ ସେ କମ୍ପାନୀର ସର୍ବେସର୍ବା। ଏମିତି କମ୍ପାନୀ ପରିଚାଳନା ଦାୟିତ୍ୱରେ ପୂର୍ବରୁ ସଦସ୍ୟ ଥିଲେ ସେମାନଙ୍କୁ ମଧ୍ୟ ମସ୍କ ହଟାଇ ଦେଇଛନ୍ତି। ଏହାପରେ ଟ୍ୱିଟରରେ ଯେଉଁମାନେ ବିଜ୍ଞାପନ ଦେଉଥିଲେ ସେମାନେ ଟ୍ବିଟର ଉପରେ ଭରସା କରିବା କମ୍ ଦେଇଛନ୍ତି ବୋଲି ସୂଚନା ରହିଛି। ତେଣୁ ପ୍ରତିଦିନ ୪ ମିଲିୟନ୍ ଡଲାର୍ କ୍ଷତି ସହୁଥିବା ସୂଚନା ରହିଛି। ଆଉ କ୍ଷତି ସହିବାକୁ ଯାଇ ମସ୍କ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି ବୋଲି କୁହାଯାଉଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.