ରାଜୀବ ହତ୍ୟା ମାମଲାର ୬ ଅଭିଯୁକ୍ତଙ୍କୁ ଖଲାସ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ 


ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ହତ୍ୟା ଘଟଣାରେ ସଂପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ଖଲାସ  କରିବା ପାଇଁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ  ଦେଇଛନ୍ତି । ଯଦି ସେମାନଙ୍କ ବିରୋଧରେ ଅନ୍ୟ କୌଣସି ମାମଲା ନାହିଁ ତେବେ ସେମାନଙ୍କୁ ତୁରନ୍ତ ଖଲାସ କରିବା ପାଇଁ କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ।

ରାଜୀବ ହତ୍ୟା ଘଟଣାରେ ଅଭିଯୁକ୍ତ ନଳୀନି ଶ୍ରୀହରନଙ୍କ ସମେତ ୬ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଥିଲା ।

ଏମାନଙ୍କୁ ମୃତ୍ୟୁ ଦଣ୍ଡରୁ ମୁକ୍ତ କରିଦିଆଯିବ ଉଚିତ ବୋଲି ଦର୍ଶାଇ ସୁପ୍ରିମକୋର୍ଟ କହିଥିଲେ ଯେ, ଏହା ପୂର୍ବରୁ ତାମିଲନାଡୁ ସରକାର ମଧ୍ୟ ଅଭିଯୁକ୍ତଙ୍କ ମୁକ୍ତି ପାଇଁ ରାଜ୍ୟପାଳଙ୍କ ପାଖରେ ଆବେଦନ କରିଥିଲେ । ଦୀର୍ଘ ସମୟ ଧରି ରାଜ୍ୟପାଳ ଏହା ଉପରେ କୌଣସି ପଦକ୍ଷେପ ନେଲେ ନାହିଁ । ଏହା ପୂର୍ବରୁ ଅର୍ଥାତ ମେ’ରେ ଅନ୍ୟଜଣେ ଅପରାଧୀ ଅର୍ଥାତ ପେରାରିଭିଲାନଙ୍କୁ ସୁପ୍ରିମ କୋର୍ଟ ମୁକ୍ତ କରି ଦେଇଥିଲେ ।

ସୂଚନାଯୋଗ୍ୟ, ୧୯୯୧ ମେ’ ୨୧ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା । ଜଣେ ମହିଳା ତାମିଲନାଡୁର ଶ୍ରୀପେରୁବୁନ୍ଦୁରଠାରେ  ଆତ୍ମଘାତୀ ବୋମା ବିସ୍ଫୋରଣ କରି ହତ୍ୟା କରିଥିଲେ  । ଏହି ହତ୍ୟାକାଣ୍ଡ ପଛରେ ତାମିଲ ଏଲଟିଟିଇଙ୍କ ହାତ ଥିବା ସନ୍ଦେହ କରାଯାଇଥିଲା । ଏହି ଘଟଣାରେ ଦୋ୍ଷୀ ସାବ୍ୟସ୍ତ ନଳୀନିଙ୍କ ସମେତ ଅନ୍ୟ ୬ ଜଣ ଅର୍ଥାତ ସନ୍ଥନ, ମୁରୁଗାନ୍, ରୋବର୍ଟ ପାୟସ, ଜୟକୁମାର ଏବଂ ରବିଚନ୍ଦ୍ରନ ୧୯୯୧ରୁ ଜେଲ ଦଣ୍ଡ ଭୋଗୁଛନ୍ତି ।




Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.