ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାରର ବାଲେଶ୍ଵର ପକ୍ଷରୁ ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ ଏବଂ ବିଶ୍ବେଶ୍ବର ମାଝୀଙ୍କ ପୌରୋହିତ୍ୟରେ ଆଭାସୀ ମାଧ୍ୟମରେ ଏହା ଆୟୋଜିତ ହୋଇଥିଲା । ପ୍ରାରମ୍ଭରେ ବିଶ୍ବେଶ୍ବର ମାଝୀ ଓମକାର ନାଦଧ୍ବନି ଦେଇ ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ଶୁଭେଚ୍ଛା ଓ ସଂଗଠନ ସହ ସମ୍ପାଦିକା  ଗୀତାଞ୍ଜଳି ପୃଷ୍ଟି ଅତିଥି ପରିଚୟ ସହ ବିଗତ ନଅଟି ଅଧ୍ୟାୟ ଉପରେ ସମ୍ୟକ ଆଲୋଚନା ରଖିଥିଲେ । ଏହି ଗୀତାମୃତ କାର୍ଯ୍ୟକ୍ରମରେ ପ୍ରଣତି ମହାପାତ୍ର, ପ୍ରଶାନ୍ତ କୁମାର ରାଉଳ, ଗୀତାଞ୍ଜଳି ପୃଷ୍ଟି, ବନଲକ୍ଷ୍ମୀ ମହାନ୍ତି, ବିନୋଦିନୀ ଦାଶ ଇତ୍ୟାଦି ୫ଜଣ ସତସଙ୍ଗୀ ବିଭୁତି ଯୋଗଃର ୧୦ଟି ଶ୍ଲୋକ ପାଠ କରିଥିଲେ ।

Omkar Vasthu
Omkar Vasthu

ଦଶମ ଅଧ୍ୟାୟ ବିଭୁତି ଯୋଗଃର ଏକୋଇଶତମ ଶ୍ଲୋକରୁ ତିରିଶତମ ଶ୍ଲୋକ ପର୍ଯ୍ୟନ୍ତ ତାତ୍ତ୍ବିକ ଆଲୋଚନା କରିଥିଲେ କାର୍ଯ୍ୟକ୍ରମର ଆଲୋଚକ ପଣ୍ଡିତ ପ୍ରମୋଦ କୁମାର ପଣ୍ଡା ।ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ଯେ, ସେ ଆଦିତ୍ୟ ଗଣରେ ବିଷ୍ଣୁ, ଜ୍ୟୋତିଷ୍କ ମାନଙ୍କ ମଧ୍ୟରେ ସୂର୍ଯ୍ୟ, ମରୁତଗଣରେ ମରୀଚି, ନକ୍ଷତ୍ର ଗଣରେ ଚନ୍ଦ୍ର, ବେଦ ମଧ୍ୟରେ ସାମ, ଦେବଙ୍କ ମଧ୍ୟରେ ଇନ୍ଦ୍ର, ଇନ୍ଦ୍ରିୟ ମଧ୍ୟରେ ମନ ଓ ପ୍ରାଣୀ ମାନଙ୍କର ଚେତନା ବା ଜ୍ଞାନ ଶକ୍ତି ଅଟନ୍ତି । ଯାହା ପଣ୍ଡିତ ମହୋଦୟ ଗଳ୍ପ ଛଳରେ ଅତି ସୁନ୍ଦର ଭାବରେ ବୁଝାଇ ଥିଲେ । ଏହାସହ ଗୀତା, ଭାଗବତ ସିଦ୍ଧାନ୍ତ, ରାମାୟଣ, ବେଦ ଉପନିଷଦର ଦୃଷ୍ଟାନ୍ତ ସହ ମହାପୁରୁଷଙ୍କ ସମର୍ଥନ ଭଳି ଅନେକ ପ୍ରସଙ୍ଗ ଭିତ୍ତିକ କଥା ଉପରେ ପ୍ରାଞ୍ଜଳ ଭାବରେ ଅନେକ ତତ୍ତ୍ବପୂର୍ଣ୍ଣ ଓ ତଥ୍ୟଭିତ୍ତିକ ପ୍ରସଙ୍ଗ ଉତ୍ଥାପନ କରିଥିଲେ ପଣ୍ଡିତ ଶ୍ରୀଯୁକ୍ତ ପଣ୍ଡା ।

Pearl dental clinic
Near Ashish Medical Store, Bhawanipatna

ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୩୨ରୁ ଉର୍ଦ୍ଧ୍ବ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇଥିଲେ । ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ  ରତିନାରାୟଣ ରାଉତ ଶାନ୍ତିପାଠ କରି ସତସଙ୍ଗ ସାଙ୍ଗ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.