ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଡଙ୍ଗରୀଗୁଡା ଠାରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ରେଙ୍ଗାଲପାଲି ପଞ୍ଚାୟତର ଡଙ୍ଗରୀଗୁଡା ଇନ୍ଦ୍ରାବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ଡାକ୍ତର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ପୂର୍ବତନ ପ୍ରଧାନ ଶିକ୍ଷକ ବିପିନ ବିହାରୀ ମୁଣ୍ଡଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଇନ୍ଦ୍ରାବତୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢି ଡାକ୍ତର ହୋଇଥିବା ୨୦୦୭ ବେଚ ର ପ୍ରଦିପ୍ତ ପଣା, ୨୦୦୪ ବେଚ ର ଅରୁଣ କୁମାର ପାତ୍ର, ନିଲେଶ ପଣ୍ତା ଓ ୨୦୧୯ ବେଚ ର ସୁମନ ବେହେରାଙ୍କୁ ବିଦ୍ୟାଳୟ ର ନାଁ କୁ ଉଜ୍ଜ୍ୱଳ କରିବା ସହ ଗୈାରବ କରିଥିବାରୁ ସମ୍ବର୍ଦ୍ଧିତ କରାଯାଇଛି । ସମ୍ବର୍ଦ୍ଧନା ସଭାରେ ଇନ୍ଦ୍ରାବତୀ ବାମ କେନାଲର କନିଷ୍ଠ ଯନ୍ତ୍ରୀ ବାପୁନ ବେହେରା, ପ୍ରଧାନଶିକ୍ଷକ ଭବାନୀକାନ୍ତ ପଣ୍ଡା, ସ୍କୁଲ ପରିଚାଳନା କମିଟି ସଦସ୍ୟ ଅନିରୁଦ୍ଧ ପାତ୍ର ସମେତ ଶିକ୍ଷକ ମାନେ ଉପସ୍ଥିତ ଥିଲେ। ସଂସ୍କୃତ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.