ସମ୍ବିଧାନିକ ଅଧିକାର ପାଇଁ କଳାହାଣ୍ଡି OBC ST SC ମିଳିତ ସଂଘ ପକ୍ଷରୁ ବାଇକ ରେଲି

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): କଳାହାଣ୍ଡି ଓବିସି, ଏସଟି, ଏସସି ମିଳିତ ସଙ୍ଘ ପକ୍ଷରୁ ମୁଳନିବାସୀ ସମାଜର ସାମ୍ବିଧାନିକ ଅଧିକାର ପାଇଁ ସ୍ବର ପ୍ରଖର ହୋଇଛି। ଧର୍ମଗଡ଼ ବ୍ଲକର ୨୪ଟି ପଂଚାୟତକୁ ବାଇକ ରେଲିରେ ବାହାରି ଜନସଚେତନତା ସୃଷ୍ଟି କରୁଛନ୍ତି ସଂଘର ସଦସ୍ୟ ଏବଂ କାର୍ଯ୍ୟକର୍ତ୍ତା ବୃନ୍ଦ। ୨୩ନଭେମ୍ବର ଠାରୁ ୧୦୦ ରୁ ଉର୍ଦ୍ଧ୍ବ ବାଇକରେ ବାହାରି ଥିବା ଏହି ଶୋଭାଯାତ୍ରା ଆସନ୍ତା ୨୬ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ଗତକାଲି ଧର୍ମଗଡ଼ ଚାରିଛକରେ ଥିବା ଡ଼ଃ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ବାଇକ ରେଲି ଆରମ୍ଭ ହୋଇଥିଲା। ଆଜି ଗୁରୁବାର ଦ୍ବିତୀୟ ଦିବସରେ ଏହି ବାଇକ ରେଲି ଲୁହାଗାଁରୁ ବାହାରି କଙ୍କରି, ସନ୍ଧିକୁଲିହାରି, ଛିଲପା, ଗଡିଆଯୋର, ବଡଘୁମର ଏବଂ ପର୍ଲା ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି।

Omkar Vasthu
Omkar Vasthu

ମୁଖ୍ୟତଃ ଓବିସି ମାନଙ୍କ ଜନଗଣନା, ଉଚ୍ଚଶିକ୍ଷା, ବୃତ୍ତିଗତ ଶିକ୍ଷା, ନିଯୁକ୍ତିରେ ଓବିସିଙ୍କୁ ୨୭% ସ୍ଥାନ ସଂରକ୍ଷଣ, ଏସ.ସି, ଏସ.ଟି ଛାତ୍ର ଛାତ୍ରୀଙ୍କୁ ୨୨.୫୦% ଓ ୧୬.୨୫% ସ୍ଥାନ ସଂରକ୍ଷଣ ସହ ଏହି ବର୍ଗର ଯୁବକ, ଯୁବତୀଙ୍କୁ ଉଚ୍ଚ ପଦ ପଦବୀରେ ନିଯୁକ୍ତି ପାଇଁ ଜିଲ୍ଲା ସ୍ତରରେ ମାଗଣାରେ କୋଚିଂ ବ୍ୟବସ୍ଥା, ୩ୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତିକୁ ଜିଲ୍ଲା ଭିତ୍ତିକ କରିବା ଦାବି ନେଇ ଦୀର୍ଘ ୪ଦିନ ଧରି ବାଇକ ରେଲି କରି ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଅନ୍ତିମ ଦିବସ ୨୬ତାରିଖ ସାମ୍ବିଧାନିକ ଦିବସ ସନ୍ଧ୍ୟାରେ ଏକ ବିରାଟ ସମାରୋହ ଧର୍ମଗଡ଼ ଚାରିଛକ ଠାରେ ଆୟୋଜିତ ହୋଇ ବାଇକ ଯାତ୍ରା ସମାପ୍ତ ହେବବୋଲି ମିଳିତ ସଙ୍ଘ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ ସମୁହରେ ଡମ୍ବରୁଧର ଲହଜଲ, ଡାକେଶ୍ୱର ଲହଜଲ, ରତନ ନାଏକ, ଶଙ୍କର ନାଏକ, ଲବଣି ରାଉତ, ସମାଜସେବୀ ତଥା ଆଇନଜୀବୀ ଦିଗାମ୍ବର ଦୁରିଆ, ବରିଷ୍ଠ ସମ୍ବାଦିକ ବିରଞ୍ଚି ଜାଲ, ରାମ ମେହେର, ଚକ୍ରଧର ବେଣୁପାଣିଙ୍କ ସହ ଅନେକ କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ସାମିଲ ହୋଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.