ଧାରଣା ସ୍ଥଳରେ ମାଣବସାଇଲେ ଅଙ୍ଗନୱାଡି କର୍ମୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱର୍କର ଆସୋସିଏସନ୍ ଆହ୍ବାନ କ୍ରମେ ରାଜ୍ୟର ପ୍ରତି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଆଗରେ ୮ ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟୀକା ମାନଙ୍କ ଧାରଣା ଜାରି ରହିଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ମଧ୍ୟ ଅଙ୍ଗନୱାଡି କର୍ମୀ ଓ ସହାୟୀକା ମାନଙ୍କ ଧାରଣା ଚାଲିଛି। ତେବେ ମାର୍ଗଶିର ମାସ ତୃତୀୟ ଗୁରୁବାର ଅଙ୍ଗନୱାଡି କର୍ମୀ ଓ ସହାୟୀକାମାନେ କୋକସରା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଆଗରେ ଝୋଟି ପକାଇ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରି ଅଭିନବ ଭାବେ ସରକାରଙ୍କୁ ପ୍ରତିବାଦ କରିଛନ୍ତି। ଏଣେ ଅଙ୍ଗନୱାଡ଼ି କର୍ମୀ ମାନଙ୍କ ଆନ୍ଦୋଳନ ଓ ଧାରଣା ଫଳରେ କୋକସରା ବ୍ଲକର ୧୬୭ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ଝୁଲୁଥିବାବେଳେ ହଜାର ହଜାର ହିତାଧିକାରୀ ଅଙ୍ଗନୱାଡି ସେବାରୁ ବଞ୍ଚିତ ହୋଇଛନ୍ତି । ଅନ୍ୟପଟେ ଯେ ପର୍ଯ୍ୟନ୍ତ ୮ ଦଫା ଦାବି ପୂରଣ ନ ହୋଇଛି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବା ନେଇ ବ୍ଳକ ସଭାନେତ୍ରୀ ଆରତୀ ଧଙ୍ଗଡାମାଝୀ, ସମ୍ପାଦିକା ନିର ମହାନନ୍ଦ, ନମିତା ସାହୁ, ରଶ୍ମି ନାଏକ, ପୂର୍ଣମୀ ନାଏକ, ଦମୟନ୍ତୀ ପୁଝାରୀ, ଜାହ୍ନବୀ ପାଣିଗ୍ରାହୀ ପ୍ରମୁଖ ଅଙ୍ଗନୱାଡି କର୍ମୀ ଓ ସହାୟୀକାମାନେ ଚେତାବନୀ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.