ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ଦୃଷ୍ଟିହୀନ ପିଲାମାନଙ୍କର ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ସରକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ପ୍ରଯୁକ୍ତି ବିଦ୍ୟା ଓ ପ୍ଲସ କାରିକୁଳମ ତାଲିମ ଶିବିର ଭବାନୀପାଟଣା ସ୍ଥିତ ହୋଟେଲ ରୟାଲ ମିଡ଼ ଟାଉନ ଠାରେ ଆୟୋଜିତ ହୋଇଯାଇଅଛି। ସାଇଟ ସଭେର ଏବଂ ଜିଲ୍ଲା ସମଗ୍ର ଶିକ୍ଷା ବିଭାଗ ମିଳିତ ଉଦ୍ୟମରେ ଏହି ଆୟୋଜିତ ହେଇଥିବାବେଳେ କାର୍ଯ୍ୟକ୍ରମରେ ୪୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମୁଖ୍ୟ ଅତିଥି ଭାବେ ଈଶ୍ୱର କୁମାର ବେହେରା ଡିଆଇଇଟି ଭବାନୀପାଟଣା ଯୋଗଦାନ କରି ତାଲିମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମକୁ ସାଇଟ ସେଭର୍ସ ତରଫରୁ ଯୋଗେଶ୍ୱର ବୁଧିଆ ଜିଲ୍ଲା ପ୍ରକଳ୍ପ ପରିଚାଳକ ପରିଚାଳନା କରିଥିବା ବେଳେ ସଞ୍ଜୟ କୁମାର ସିଂହ ସହଯୋଗ କରିଥିଲେ।