ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ଖୋଲା ମେଲା ରେ ପଡି ରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର |ଜାଣି ନ ଜଣା ରହିଛି ବିଦ୍ୟୁତ ବିଭାଗ |ଏମିତି ଏକ ଆଖି ଦୃଶିଆ ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଲକ ବରା ଡଙ୍ଗା ଠାରେ |ବରା ଡ଼ଙ୍ଗା ରାସ୍ତା ପାର୍ଶ୍ଵ ରେ ବିଦ୍ୟାଳୟ ପାଚେରୀ କୁ ଲାଗି ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଛି |ବିଦ୍ୟାଳୟ କୁ ଲାଗି ରହି ଥିବାରୁ ପାଣି ପିଇ ଆସୁଥିବା ଓ ଖାଇ ଛୁଟି ରେ ହାତ ଧୋଇ ଆସୁଥିବା ରୁ ଏହି ବିଦ୍ୟୁତ ଟ୍ରାନ୍ସଫର୍ମର କୁ ପାରି ହୋଇ ଆସିବାକୁ ପଡିଥାଏ |ଯାହା ଫଳରେ କୋମଲ ମତି ଛାତ୍ରଛାତ୍ରୀ ମାନଙ୍କ ଜୀବନ ପ୍ରତି ବିପଦ ଥିବା ଦେଖା ଯାଉଛି |ବିଦ୍ୟାଳୟ ପାଚେରୀ କୁ ଲାଗି ବିପଦ ପୂର୍ଣ୍ଣ ଅବସ୍ଥାରେ ଥିଲେ ସୁଦ୍ଧା ଏହି ଘଟଣା ଉପରେ କାହାରି ନଜରରେ ନ ଆସିବା ସାଧାରଣ ରେ ଚର୍ଚ୍ଚା ହେଉଛି |କେତେବେଳେ ଯେ କୌଣସି ଅଘଟଣ ନ ଘଟିବ ତାହା କହି ହେବନି |ଏହି ରାସ୍ତା ଦେଇ ଜୟ ପାଟଣା ବ୍ଲକ କୁ ସଂଯୋଗ କରୁଛି | ବିଭିନ୍ନ ସମୟରେ ଏହି ରାସ୍ତା ଦେଇ ଅନେକ ଯାନବାହାନ ଚଳାଚଳ କରି ଥିବାରୁ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସିବାର ଆଶଙ୍କା କରା ଯାଇଛି |ସବୁ ଠୁ ବଡ କଥା ହେଲା କୋମଳମତି ଶିଶୁ ମାନଙ୍କର ଜୀବନ ସହିତ ଖେଳା ଯାଉଛି |ନିଷ୍ପାପ ଶିଶୁ ଜାଣି ନାହିଁ ଯେ ତାଙ୍କ ବିଦ୍ୟାଳୟ ପାର୍ଶ୍ଵ ରେ ମରଣ ଯନ୍ତା ଉଭା ହୋଇଛି |ଟ୍ରାନ୍ସଫର୍ମର ଏମିତି ଅବସ୍ଥାରେ ରହିଅଛି ଯେ ତଳୁ ହାତ ମାରିଲେ ତାର ସ୍ପର୍ଶ ହେବ |ବେଳ ଥାଉ ଥାଉ ଏହାର ସମାଧାନ ନ କଲେ ଆଗାମୀ ଦିନରେ ଏକ ବଡ ଧରଣର ଅଘଟଣ କୁ ଏଡ଼ାଇ ଦିଆଯାଇ ନ ପାରେ |ଏଥି ପ୍ରତି ବିଦ୍ୟୁତ ବିଭାଗ ଓ ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ପାଚେରୀ ନିର୍ମାଣ ପାଇଁ ସାଧାରଣରେ ଦାବି ହେଉଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.